ଭୁବନେଶ୍ବର: ରାଜ୍ୟ ସରକାର ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଯୋଗେଶ ବାହାଦୁର ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି। ସର୍ବନିମ୍ନ ୨ ବର୍ଷ କାର୍ଯ୍ୟ କରିବା ପାଇଁ ତାଙ୍କ କାର୍ଯ୍ୟକାଳ ବଢ଼ାଯାଇଛି। ସେ ୨୦୨୬ ଅଗଷ୍ଟ ୧୬ ତାରିଖ ଯାଏଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଗତ ଅଗଷ୍ଟ ୧୬ ତାରିଖରେ ଶ୍ରୀ ଖୁରାନିଆ ୩୮ତମ ପୁଲିସ ଡିଜି ଭାବେ ଦାୟିତ୍ବଗ୍ରହଣ କରିଥିଲେ।। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଜଣେ ଡିଜି ଭାବେ ନିଯୁକ୍ତି ପାଇଲା ପରେ ସର୍ବନିମ୍ନ ଦୁଇ ବର୍ଷ କାର୍ଯ୍ୟ କରିବେ। ଯଦି ଦୁଇ ବର୍ଷ ଭିତରେ ତାଙ୍କର ଅବସର ଗ୍ରହଣ ଥିବ,
ତେବେ ସରକାର କାର୍ଯ୍ୟକାଳ ବଢ଼ାଇବେ। ଶ୍ରୀ ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ଅବସର ନେଇଥା’ନ୍ତେ। ଏହି ସମୟ ମଧ୍ୟରେ ତାଙ୍କର ଦୁଇ ବର୍ଷ ପୂରୁ ନଥିବାରୁ ତାଙ୍କ କାର୍ଯ୍ୟକାଳ ବଢ଼ାଯାଇ ୨୦୨୬ ଅଗଷ୍ଟ ୧୬ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/zabF3BtHkucPhNAxkNOI.jpg)