ଭୁବନେଶ୍ବର : ଲୋୟର୍ ପିଏମ୍ଜିରେ ବିକ୍ଷୋଭରତ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ସହ ମୁହାଁମୁହିଁରେ ଆହତ ହୋଇଥିବା ୧୫ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀଙ୍କୁ ଡିଜିପି ସୁନିଲ୍ ବଂଶଲ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଡିସିପି ପ୍ରତୀକ ସିଂ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭେଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାର ତଦାରଖ କରିଛନ୍ତି। ଆହତମାନଙ୍କ ମଧ୍ୟରୁ କଟକ ଜୋନ୍-୨ ଏସିପି ଅମିତାଭ ମହାପାତ୍ରଙ୍କ ସମେତ ୩ ଜଣଙ୍କ ଅବସ୍ଥା ଗୁରୁତର ହୋବରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଡିଜିପି ଶ୍ରୀ ବଂଶଲ କହିଛନ୍ତି ଯେ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତେ ବିରୋଧ କରିପାରିବେ। ବିଜେପି କର୍ମୀଙ୍କ ଆକ୍ରମଣ ସତ୍ତ୍ବେ ପୁଲିସ୍ ସଂଯମତାର ସହ ସେମାନଙ୍କୁ ସାମ୍ନା କରିଥିଲା। ଅଟକାଇବାକୁ ଚେଷ୍ଟା କରିବାରୁ କ୍ଷୁବ୍ଧ ହୋଇ ଆନ୍ଦୋଳନକାରୀ ପୁଲିସକୁ ଆକ୍ରମଣ କରିଥିଲେ। ଆନ୍ଦୋଳନକାରୀ ଆଇନକୁ ହାତକୁ ନେଇଥିବାରୁ ଏହା ଉପରେ ତଦନ୍ତ ଚାଲିଛି। ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଡିଜିପି କହିଛନ୍ତି।