ଭୁବନେଶ୍ବର/ମାଲକାନଗିରି: ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପିଏ ନାରାୟଣ ପଣ୍ଡା ମୃତ୍ୟୁଘଟଣାର ତଦନ୍ତ କରିବ କ୍ରାଇମ୍ବ୍ରାଂଚ। ଏନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡିଜିପି ଅଭୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
DGP orders Crime Branch investigation into Malkangiri PS case no.401 dtd.13.11.2020 u/s- 302/506/201/204/120B/34 IPC.
— Crime Branch, Odisha Police (@CIDOdisha) January 28, 2021
ମାଲକାନଗିରି ଜିଲ୍ଲାର ବହୁ ଚର୍ଚ୍ଚିତ ଘଟଣା ମଧ୍ୟରୁ ତତ୍କାଳୀନ ଜିଲ୍ଲାପାଳ ମନିଷ ଅଗ୍ରଵାଲଙ୍କ ପିଏ ସ୍ବର୍ଗତ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଣି ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ପତ୍ନୀ ବନଜା ପଣ୍ଡା ଏସଡିଜେଏମଙ୍କ କୋର୍ଟରେ ୱାନସିସି ଦାୟର କରିଛନ୍ତି। ଏସପି ରିଶିକେଶ ଖିଲାରୀଙ୍କ ସମେତ ଆଇଆଇସି ରାମ ପ୍ରସାଦ ନାଗ, ଡିଆଇବିର ପୂର୍ବତନ ଇନସପେକ୍ଟର ସୌମ୍ୟ ଶେଖର ତ୍ରିପାଠୀ, କନେଷ୍ଟବଲ ଶ୍ରୀ ପାଢୀ, କୁମାର ମୁନ୍ନା ଏବଂ ରମାକାନ୍ତ ପ୍ରଧାନଙ୍କ ନାମରେ ଏତଲା ଦାୟର କରାଯାଇଛି।
ପୁଲିସ ସ୍ବର୍ଗତ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଦିନ ଠାରୁ ପରିବାରକୁ ଉପେକ୍ଷା କରିଚାଲିଛନ୍ତି ବୋଲି ଅଭିଯୋଗ କରାଯାଇଛି। ତାଙ୍କୁ ପୁଲିସ ତରଫରୁ ଡରାଇବା ଧମକାଇ କେଶକୁ ଉଠାଇ ନେବାକୁ ବାଧ୍ୟ କରାଯାଉଛି। ଏଭଳି ୧୩ଟି ଅଭିଯୋଗ ଏସଡିଜେଏମଙ୍କ କୋର୍ଟରେ ଏତଲା ଦିଆଯାଇଛି। ଏହି ୫ ଜଣଙ୍କ ନାମରେ ତେବେ କେଶ ନମ୍ବର ୫/୨୦୨୧ ୫୦୬, ୨୦୪,୨୦୩, ୨୦୨, ୨୦୧, ୧୯୬,୧୯୩, ୧୯୨,୧୧୯,୧୧୫,୧୦୭, ୧୨୦(ବି) ଏବଂ ୩୪ ଆଇପିସି ଧାରା ଲଗାଯାଇଥିବା ଜଣାପଡିଛି। ଏଥିରେ ସାକ୍ଷୀ ଭାବେ ନିବେଦିତା ପଣ୍ଡା ଏବଂ ବିବେକ ପଣ୍ଡା ରହିଛନ୍ତି।
ପ୍ରକାଶ ଥାଉକି ଜିଲ୍ଲାପାଳଙ୍କ ବିରୋଧରେ କେଶ ରୁଜୁ ନକରିବାରୁ ପତ୍ନୀ ବନଜା ଏସଡିଜେଏମଙ୍କ କୋର୍ଟରେ ହାଜର ହୋଇ ଜିଲ୍ଲାପାଳ ସମେତ ଅନ୍ୟ ତିନି ଜଣଙ୍କ ନାମରେ ଏତଲା ଦାୟର କରିଥିଲେ। ସେତେବେଳେ ମାନ୍ୟବର କୋର୍ଟ ମାଲାକନଗିରି ପୁଲିସକୁ ସେହି କେଶ ହସ୍ତାନ୍ତର କରି ତୁରନ୍ତ କେଶ ରୁଜୁ କରିବାକୁ ନିର୍ଦେଶ ଦେଇଥିଲେ। ତେବେ ଏବେ ଏସପିଙ୍କ ସମେତ ଅନ୍ୟ ୫ ଜଣଙ୍କ ନାମରେ ଏତଲା ଦାୟର ହୋଇଥିବାରୁ ଏହା କି ମୋଡ ନେଉଛି ଦେଖିବାକୁ ବାକି ରହିଲା।