କଟକ : ପ୍ରତି ମାସରେ ଅନ୍ତତଃ ଥରେ ସାମୁଦ୍ରିକ ଥାନା (ମେରାଇନ ଥାନା) ପରିଦର୍ଶନ କରିବେ ରେଞ୍ଜ ଆଇଜି, ଡିଆଇଜି ଓ ଏସପି। ଥାନା ପରିଦର୍ଶନ କରି ଆବଶ୍ୟକ ରିପୋର୍ଟ ନିୟମିତ ଦାଖଲ କରିବେ। ଆଜି ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ବିଜୟ କୁମାର ଶର୍ମା।
କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ସଚିବଙ୍କ ଦ୍ବାରା ‘ଉପକୂଳ ସୀମାରେ ସୁରକ୍ଷା ଓ ସାମୁଦ୍ରିକ ଥାନାର ସୁଦୃଢୀକରଣ’ ବ୍ୟବସ୍ଥା ଉପରେ ଭିଡିଓ କନ୍ଫରେନ୍ସି˚ ମାଧ୍ୟମରେ ସମୀକ୍ଷା କରାଯିବାକୁ ଥିବାବେଳେ ଏହା ପୂର୍ବରୁ ଓଡ଼ିଶାର ଉପକୂଳ ସୁରକ୍ଷା ସ୍ଥିତି ଉପରେ ଆଜି ଡିଜିପି ଶ୍ରୀ ଶର୍ମା ଭିଡିଓ କନ୍ଫରେନ୍ସି˚ରେ ସମୀକ୍ଷା କରିବା ସହ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସି˚ହପୁର, ପୁରୀ, ଗଞ୍ଜାମ ଓ ବ୍ରହ୍ମପୁର ଜିଲ୍ଲାର ୧୮ଟି ସାମୁଦ୍ରିକ ପୁଲିସ ଥାନା ସ˚କ୍ରାନ୍ତରେ ସମୀକ୍ଷା ହୋଇଥିଲା। ଏହି ଥାନାମାନେ କେବଳ ଉପକୂଳ ସୁରକ୍ଷା ନୁହେଁ ବର˚ ସ୍ଥାନୀୟ ଅଞ୍ଚଳର ଆଇନ୍ ଶୃଙ୍ଖଳା ସ୍ଥିତି ଉପରେ ମଧ୍ୟ ନଜର ରଖିଥାନ୍ତି। ତେଣୁ ନିଜ ଥାନା ଅଧୀନରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସ୍ବାଭାବିକ ରଖିବା ସହିତ ମାମଲା ରୁଜୁ କରିବା ଦାୟିତ୍ବ ମଧ୍ୟ ରହୁଛି। ତେଣୁ ଉକ୍ତ ଥାନାମାନଙ୍କୁ ଅଧିକ ସୁଦୃଢ କରିବା ପାଇଁ ଡିଜି ଉକ୍ତ ବୈଠକରେ ଗୁରୁତ୍ବ ଦେଇଥିଲେ।
ବୈଠକର ନିଷ୍ପତ୍ତି ଅନୁଯାୟୀ, ରେଞ୍ଜ ଆଇଜି, ଡିଆଇଜି ଓ ଏସ୍ପିମାନେ ମାସକୁ ଥରେ ସାମୁଦ୍ରିକ ଥାନାକୁ ପରିଦର୍ଶନରେ ଯିବେ। ଥାନାଗୁଡିକ ସୂଚାରୁରୂପେ ପରିଚାଳନା ହେଉଛି କି ନାହିଁ, ତାହା ସେମାନେ ଯାଞ୍ଚ କରିବେ। ଏସ୍ପିମାନେ ନିୟମିତ ଅନ୍ତରାଳରେ ମେରାଇନ୍ ଥାନା ତଦାରଖ କରି ତାହାର ରିପୋର୍ଟ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ପ୍ରଦାନ କରିବେ। ସମୁଦ୍ର ମଧ୍ୟରେ ନିଜ ଅଞ୍ଚଳ ଭିତରେ ପାଟ୍ରୋଲି˚କୁ କଡ଼ାକଡି କରିବା ପାଇଁ ସ˚ପୃକ୍ତ ଥାନାର ଆଇଆଇସିମାନଙ୍କୁ ଏସ୍ପି ନିର୍ଦ୍ଦେଶ ଦେବେ। ମେରାଇନ୍ ଥାନାରେ ନିୟୋଜିତ ବୈଷୟିକ କର୍ମଚାରୀମାନେ ଯେପରି ଠିକ୍ ଢଙ୍ଗରେ ବ୍ୟବହୃତ ହୋଇପାରିବେ ତାହାକୁ ମଧ୍ୟ ନଜରରେ ରଖାଯିବ। ସ˚ପୃକ୍ତ ସାମୁଦ୍ରିକ ଥାନାମାନଙ୍କରେ ଆବଶ୍ୟକ କନଷ୍ଟେବଳ ଓ ହୋମଗାର୍ଡ ନିଯୁକ୍ତ କରାଯିବ। ଥାନାମାନଙ୍କର ଢାଞ୍ଚା, କର୍ମଚାରୀଙ୍କ କ୍ବାର୍ଟର ଓ ଭତ୍ତିଭୂମିରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ସେ ସ˚କ୍ରାନ୍ତରେ ଆଇଜି (ଆଧୁନିକୀକରଣ)ଙ୍କ ପାଖକୁ ଏସ୍ପିମାନେ ବିସ୍ତୃତ ରିପୋର୍ଟ ପଠାଇବେ। ଏହି ବୈଠକରେ ଉପକୂଳବର୍ତ୍ତୀ ସୁରକ୍ଷା ଦାୟିତ୍ବରେ ଥିବା ଅତିରିକ୍ତ ଡିଜି ପ୍ରଣବେନ୍ଦୁ ଆଚାର୍ଯ୍ୟ, ଆଇଜି (ଆଧୁନିକୀକରଣ) ରେଖା ଲୋହାନି, କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସି˚ହ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/DG084002.jpg)