ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା : ୫ ପୁଲିସ ଜିଲ୍ଲାକୁ ଆସିବେ ୯ କମ୍ପାନୀ ସିଏପିଏଫ୍‌, ମାଓ ପ୍ରଭାବିତ କନ୍ଧମାଳ ଓ ବୌଦ୍ଧ ଉପରେ ସ୍ବତନ୍ତ୍ର ନଜର

ବ୍ରହ୍ମପୁର : ଓଡ଼ିଶାରେ ଦୁଇଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବାର ଆକଳନ କରି ୧୫୦ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ(ସିଏପିଏଫ୍‌) ଦେବା ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ୨୯ କମ୍ପାନୀ ସିଏପିଏଫ ଯୋଗାଇ ଦେଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଆହୁରି କିଛି ଫୋର୍ସ ମିଳିବ ବୋଲି ଆଶା ରହିଛି। ଆସିଥିବା ସିଏପିଏଫ ମଧ୍ୟରୁ ବ୍ରହ୍ମପୁରକୁ ୨ କମ୍ପାନି, ଗଞ୍ଜାମକୁ ୨ କମ୍ପାନି, ଗଜପତିକୁ ୨, କନ୍ଧମାଳକୁ ୨ ଏବ˚ ବୌଦ୍ଧକୁ ୧ କମ୍ପାନି ଫୋର୍ସ ପଠାଯିବ। ଶନିବାର ସୁଦ୍ଧା ଏହି ୫ଟି ଜିଲ୍ଲାରେ ସିଏପିଏଫ ପହଞ୍ଚିବେ ବୋଲି ଶୁକ୍ରବାର ବ୍ରହ୍ମପୁର ଠାରେ ଦକ୍ଷିଣାଞ୍ଚଳରେ ରହିଥିବା ୫ଟି ଜିଲ୍ଲାର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଆର.ପି.ଶର୍ମା କହିଛନ୍ତି। ତେବେ ଗତକାଲି ସନ୍ଧ୍ୟା ସୁଦ୍ଧା ଗଞ୍ଜାମରେ ୨ କମ୍ପାନି ସିଏପିଏଫ ପହଞ୍ଚିଥିବା ଜଣାପଡିଛି।

ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଡିଜି ଶ୍ରୀ ଶର୍ମାଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ପ୍ରାୟ ୩ ଘଣ୍ଟା ଧରି ରୁଦ୍ଧଦ୍ବାର ସମୀକ୍ଷା ଚାଲିଥିଲା। ବୈଠକରେ ଅତିରିକ୍ତ ଡିଜି (ଅପରେସନ) ଆର.ପି କୋଚେ, ଅତିରିକ୍ତ ଡିଜି (ଆଇନ ଶୃଙ୍ଖଳା) ସଞ୍ଜୀବ ପଣ୍ତା, ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଆଇଜି (ଗୁଇନ୍ଦା) ଘନଶ୍ୟାମ ଉପାଧ୍ୟାୟ, କନ୍ଧମାଳ ଏସ୍‌ପି ପ୍ରତିକ ସି˚, ବୌଦ୍ଧ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର, ଗଜପତି ଏସ୍‌ପି ସାରା ଶର୍ମା, ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ଏବ˚ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଏବ˚ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର