ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ସବୁ ଦିଗକୁ ଗୁରୁତ୍ବ ଦିଆଯାଉଛି, ତଦନ୍ତକୁ ସମୟ ଲାଗିବ ବୋଲି କହିଲେ ଡିଜିପି

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାକୁ ନେଇ ତଦନ୍ତ କରିବା ପରେ  ପ୍ରତିକ୍ରିୟା ରଖିଛନ୍ତି ଡିଜିପି। ସେ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି ଯେ ‘ତଦନ୍ତ ସମୟରେ ଆମେ ସବୁ ଦିଗକୁ ଗୁରୁତ୍ବ ଦେଉଛୁ। ସେଥିପାଇଁ ତଦନ୍ତକୁ ସମୟ ଲାଗିବ। ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ରିମାଣ୍ଡ ଅବଧି ବଢ଼ାଇବାକୁ କୋର୍ଟରେ ଆବେଦନ ହେବ। ରାଜ୍ୟ ଓ କେନ୍ଦ୍ରୀୟ ଫରେନସିକ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି। ତେବେ ଠିକ୍ ବାଟରେ ଆଗଉଛି ତଦନ୍ତ ପ୍ରକ୍ରିୟା କିନ୍ତୁ ଆଉ କିଛି ଦିନ ସମୟ ଲାଗିବ।’

ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ତେବେ ରିମାଣ୍ଡ ଅବଧି ସରିବା ପରେ କୋର୍ଟରେ ଗୋପାଳ ଦାସଙ୍କୁ ହାଜର କରାଯାଇଛି। ଅନ୍ୟପଟେ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ କାରଣ ଏବେ ବି ରହସ୍ୟ ଘେରରେ ରହିଛି । ଫଳରେ ପୁଣି ଗୋପାଳ ଦାସଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ । ଗୋପାଳ ଦାସଙ୍କୁ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଆଣିବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ସୂଚନା ମିଳିଛି ।

ଆଜି ସକାଳେ ପୁଲିସ ଡିଜି ବରିଷ୍ଠ ଅଧିକାରୀମାନଙ୍କ ସହ ଘଟଣାସ୍ଥଳରେ ଅନୁଧ୍ୟାନ କରିଥିଲେ । ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ତଦନ୍ତକାରୀ ଟିମ୍ ସହ ଆଲୋଚନା କରିଥିଲେ । ପୁଲିସ ଡିଜି ଘଟଣାସ୍ଥଳକୁ କାହିଁକି ଯାଇ ନାହାଁନ୍ତି ତାକୁ ନେଇ ପୂର୍ବରୁ ପ୍ରଶ୍ନ ଉଠାଇଥିଲେ ବିରୋଧୀ ।

ସମ୍ବନ୍ଧିତ ଖବର