ଭୁବନେଶ୍ବର: ଆସନ୍ତା ନୂଆବର୍ଷରେ ଓଡ଼ିଶାକୁ ନୂତନ ପୁଲିସ ଡିଜି ମିଳିବ। ୨୦୨୧ ଡିସେମ୍ବର ୩୧ରେ ବର୍ତ୍ତମାନର ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଚାକିରିରୁ ଅବସର ନେବେ। ଅଭୟଙ୍କ ଅବସର ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ତେବେ ଅଭୟଙ୍କ ପରେ ରାଜ୍ୟର ପରବର୍ତ୍ତୀ ଡିଜି କିଏ ହେବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପଟେ ରାଜ୍ୟର ପରବର୍ତ୍ତୀ ଡିଜିପି ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଏକାଧିକ ନାଁ ପ୍ରସ୍ତାବ ଦିଆଯାଇଛି। ୟୁପିଏସ୍‌ସି ପକ୍ଷରୁ ୩ଟି ନାଁ ବଛାଯାଇ ରାଜ୍ୟକୁ ପଠାଯିବ। ସେହି ୩ଟି ନାଁ ଭିତରୁ ଜଣଙ୍କୁ ରାଜ୍ୟ ସରକାର ଡିଜିପି ଦାୟିତ୍ବ ଦେବେ।

Advertisment

ସୂଚନାଯୋଗ୍ୟ, ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ୨୦୧୯ ଡିସେମ୍ବର ୯ ତାରିଖରେ ଓଡ଼ିଶା ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ହାଇଦ୍ରାବାଦ୍‌ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀରେ ନିର୍ଦ୍ଦେଶକ ଥିଲେ। ପୁଲିସ ଡିଜି ଭାବେ ଦାୟିତ୍ବ ନେବା ପରେ ଓଡ଼ିଶା-ଆନ୍ଧ୍ର ସୀମାରେ ଦେଖାଯାଇଥିବା ନକ୍ସଲ ସମସ୍ୟା ଉପରେ କଡ଼ା ପଦକ୍ଷେପ ନେଇଛନ୍ତି। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳକୁ ବହୁବାର ଗସ୍ତ କରି ନକ୍ସଲ ଦମନ ନେଇ ଗୁପ୍ତ ବୈଠକ କରିଛନ୍ତି।