ଭୁବନେଶ୍ବର : ରାଜ୍ୟର ୧୩୧ଟି ଖଣିର ଡିଜିପିଏସ ସର୍ଭେ କରାଯିବ। ଏହି ସର୍ଭେ କରିବାକୁ ଓରସାକକୁ ଦାୟିତ୍ବ ଦିଆଯାଇଛି । ଏ ବାବଦରେ ଖଣି ବିଭାଗ ଓରସାକକୁ ୪ କୋଟି ୧୬ ଲକ୍ଷ ୩୪ ହଜାର ୩୩୬ ଟଙ୍କା ମଧ୍ୟ ପ୍ରଦାନ କରିସାରିଛି। ଓରସାକ କର୍ତ୍ତୃପକ୍ଷ ଭୂ-ବିଜ୍ଞାନ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ସବୁ ଖଣି ଅଞ୍ଚଳର ସୀମା ଚିହ୍ନଟ କରିବା ସହ ଯଦି କୌଣସି ଖଣି ଅନୁମୋଦନ ସୀମାଠାରୁ ଅଧିକ ଜବରଦଖଲ ହୋଇଥାଏ ସେସବୁକୁ ଉଚ୍ଛେଦ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି।

Advertisment

ଜଙ୍ଗଲ ଓ ପରିବେଶ ଆଇନ ଉଲଂଘନ ସଂକ୍ରାନ୍ତ ମାମଲାର ବିଚାର କରି ୨୦୧୭ ଅଗଷ୍ଟ ୨ ତାରିଖରେ ସୁପ୍ରିମକୋର୍ଟ ସମ୍ପୃକ୍ତ ଖଣିଲିଜଧାରୀଙ୍କଠୁ ଜରିମାନା ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାର ୧୩୧ଟି ଖଣିରୁ ବେଆଇନ ଉତ୍ତୋଳନ ନେଇ ସମ୍ପୃକ୍ତ ଲିଜଧାରୀଙ୍କୁ କ୍ଷତିପୂରଣ ବାବଦରେ ଡିମାଣ୍ଡ ନୋଟିସ ଜାରି କରିଥିଲେ। ଏବେ ସେସବୁ ଖଣିର ସାନି ଡିଜିପିଏସ ସର୍ଭେ କରାଯିବ।

ଓରସାକର ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ଲେଖିଥିବା ଚିଠି ଅନୁଯାୟୀ, ଡିଜିପିଏସ ସର୍ଭେ ପାଇଁ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଖଣିର ମ୍ୟାପ୍ ସହ ଦଖଲ ଓରସାକକୁ ହସ୍ତାନ୍ତର କରିବାକୁ ହେବ।