କଂଗ୍ରେସର ଓଡ଼ିଶା ବନ୍ଦ ଡାକରା: ହାଇକୋର୍ଟଙ୍କ ନିର୍ଦ୍ଦେଶ କଡ଼ାକଡି ପାଳନ ପାଇଁ ଡିଜିଙ୍କ ନିର୍ଦ୍ଦେଶ

କଟକ : କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ ଗୁରୁବାର ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଯେଭଳି କଡ଼ାକଡି ପାଳନ କରାଯିବ, ସେଥିପାଇଁ ପୁଲିସ ଡିଜି ଶ୍ରୀ ଅଭୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏଡିଜି (ଆଇନଶୃଙ୍ଖଳା) ଆର. କେ. ଶର୍ମା, କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା, ବିଭିନ୍ନ ରେଂଜର ଡିଆଇଜି, ପୁଲିସ କମିସନର, ଡିସିପି, ଜିଲ୍ଲା ଏସ୍‌ପି ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ। ପୁଲିସକୁ ସତର୍କ ରହିବା ସହିତ କୌଣସି ପ୍ରକାର ଅଘଟଣ ଏଡାଇବାକୁ ଆବଶ୍ୟକତା ଅନୁଯାୟୀ ପୁଲିସ ଫୋର୍ସ ମୁତୟନ ପାଇଁ ଡିଜି ପରାମର୍ଶ ଦେବା ସହିତ କୌଣସି ପରିସ୍ଥିତିରେ ଯେଭଳି ହାଇକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ନହୁଏ, ସେଥିପ୍ରତି ସଜାଗ ରହିବାକୁ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର