ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଡିଜିଙ୍କ ସମୀକ୍ଷା: ମୁତୟନ ହେବେ ୧୨ ପ୍ଲାଟୁନ୍‌ ପୁଲିସ, ୩ କମ୍ପାନି କେନ୍ଦ୍ରୀୟ ସୁରକ୍ଷା ବାହିନୀ

କଟକ : ଚଳିତ ମାସ ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରଜରାଜନଗର ଉପନିର୍ବ‌ାଚନ ପାଇଁ ୧୨ ପ୍ଲାଟୁନ୍‌ ପୁଲିସ ଏବଂ ୩ କମ୍ପାନି କେନ୍ଦ୍ରୀୟ ସୁରକ୍ଷାବାହିନୀ ମୁତୟନ ହେବେ। ଆଜି ରାଜ୍ୟ ପୁଲିସ ମୁଖ୍ୟାଳୟରେ ପୁଲିସ ଡିଜି ସୁନିଲ କୁମାର ବଂଶଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି। ଅନୁଷ୍ଠିତ ହୋଇଛି।

ବୈଠକରେ ଡିଜିପି ବଂଶଲ ମୁକ୍ତ, ନିରପେକ୍ଷ, ସ୍ବଚ୍ଛ ଓ ଅବାଧ ନିର୍ବାଚନ ଉପରେ ଗୁରୁତ୍ବାରୋପ କରିଥିଲେ। ନିର୍ବାଚନ ଆଚରଣବିଧିକୁ କଡ଼ାକଡ଼ି ଭାବେ ପାଳନ କରିବା, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ। ନିର୍ବାଚନ ପ୍ରଚାର କରିବାକୁ ଆସୁଥିବ‌ା ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଥିଲା। ସେହିଭଳି ୧୧୦/୧୦୭ ସିଆରପିସିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ, ବେଆଇନ ଅସ୍ତ୍ରଶସ୍ତ୍ର ଜବତ, ବେଆଇନ ମଦ ଜବତ ଓ ଏନବିଡବ୍ଲୁ କାର୍ଯ୍ୟକାରୀ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଉପନିର୍ବାଚନ ସମୟରେ ବ୍ରଜରାଜନଗର ଆଇନଶୃଙ୍ଖଳା ପରିସ୍ଥିତି, ଫୋର୍ସ ମୁତୟନ, ମୋବାଇଲ ସ୍କ୍ବାଡ୍‌କୁ ତ୍ବରାନିତ୍ବ କରିବ‌ା, ସମ୍ବେଦନଶୀଳ ସ୍ଥାନରେ ନାକାବନ୍ଦୀ ସଂପର୍କରେ ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା ଶ୍ରୀ ଶର୍ମା ମତ ରଖିଥିଲେ। ସେହିଭଳି ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ପଣ୍ଡା ଉପନିର୍ବାଚନ ସହିତ ସଂପୃକ୍ତ ଥିବା ଗୁଇନ୍ଦା ତଥ୍ୟ ସଂପର୍କରେ ସୂଚନା ରଖିଥିଲେ। ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ତିନୋଟି କମ୍ପାନି କେନ୍ଦ୍ରୀୟ ସୁରକ୍ଷ‌ାବାହିନୀ, ୧୨ ପ୍ଲାଟୁନ ଓଏସଏପି, ୨୫ ମୋବାଇଲ ପାଟ୍ରୋଲିଂ ପାର୍ଟି, ୬ ଫ୍ଲାଇଂ ସ୍କ୍ବାଡ୍‌, ୧୦ ଏଏସଟି ସମେତ ଜିଲ୍ଲାର ପୁଲିସ କର୍ମଚାରୀଙ୍କୁ ଏଥିପାଇଁ ନିୟୋଜିତ କରାଯିବ। ଏବେ ସୁଦ୍ଧା ୧୧୫୦ଲିଟର ମଦ, ଦୁଇଟି ବେଆଇନ ବନ୍ଧୁକ, ୧୩୮ଟି ଅବକାରୀ ମାମଲା ଓ ୯୦ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇଛି। ଷ୍ଟ୍ରଙ୍ଗ୍‌ରୁମ୍‌ରେ ଇଭିଏମ ଗୁଡିକୁ ସୁରକ୍ଷିତ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥ‌ା ଗ୍ରହଣ କରିବାକୁ ଡିଜି ନିର୍ଦ୍ଦେଶ ଦେଇଥିଲେ।

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଇନ-ଶୃଙ୍ଖଳା) ଆର.କେ. ଶର୍ମା, ଆଇଜି ହେଡକ୍ବାର୍ଟର ଏସ.ଦେବଦତ୍ତ ସିଂହ, ଆଇଜି ପର୍ସୋନେଲ ଏସ୍. ପ୍ରବୀଣ କୁମାର, ଆଇଜି ଉତ୍ତରାଞ୍ଚଳ ‌ରେଂଜ ଡ. ଦୀପକ କୁମାର, ଡିଆଇଜି ଇଣ୍ଟେଲିଜେନ୍‌ସ ଅନୁପ କୁମାର ସାହୁ, ଏସପି ଝାରସୁଗୁଡା ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର