ବଡ଼ ଓଷାଲାଗି କଟକର ଧବଳେଶ୍ୱର ପୀଠ ଚଳଚଞ୍ଚଳ

ଆଠଗଡ଼: ଆଜି ବଡଓଷା । ଆଜି କାର୍ତ୍ତିକ ମାସର ତ୍ରୟୋଦଶ ତିଥି । ଓଡିଶାର ସମସ୍ତ ଶୈବପୀଠରେ ଆଜି ଏହି ଓଷା ପାଳନ କରାଯାଏ । ଏହି ଦିନରେ ମହାଦେବଙ୍କ ନିକଟରେ ସ୍ୱତନ୍ତ୍ର ଭୋଗ ଲାଗି ହୁଏ । ଏହାକୁ ଗଜ ଭୋଗ କୁହାଯାଏ । ଅରୁଆ ଚାଉଳ ଚୂନା ପ୍ରସ୍ତୁତ ଖଳି, ନଡିଆ, ଗୁଡ, ଗୁଜରାତି ଆଦିରେ ଏହା ପ୍ରସ୍ତୁତ କରି ଭୋଗ କରାଯାଏ । ଭୋଗ ଲଗାଯିବା ପରେ ବ୍ରତଧାରୀ, ଭକ୍ତ ଓ ଶ୍ରଦ୍ଧାଳୁମାନେ ଖାଆନ୍ତି ।

ଆଜି ବଡଓଷାପାଇଁ  କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡର ଧବଳେଶ୍ୱର ପୀଠ ଚଳଚଞ୍ଚଳ ରହିଛି । ଏଠାରେ ମହାସମାରୋହରେ ପାଳନ କରାଯାଉଛି ବଡଓଷା । ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଛି । ତେଣୁ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ଏହି ଅବସରରେ ଏଠାରେ ଗଜଭୋଗ ପୂଜା କରାଯାଇଥାଏ । ଅରୁଆ ଚାଉଳ ଚୁନାରେ ତିଆରି ହୋଇଥିବା ପିଠାକୁ ଏହି ଭୋଗରେ ଅର୍ପଣ କରାଯାଏ ।ଏଥିପାଇଁ ସ୍ୱତନ୍ତ୍ର ରିତିନୀତି ରହିଥାଏ । କୁହାଯାଏ ବ୍ରହ୍ମାଙ୍କ ଦ୍ୱାରା ସାପଗ୍ରସ୍ତ ହେବାପରେ ଦେବରାଜ ଇନ୍ଦ୍ର ଧବଳେଶ୍ୱର ପୀଠକୁ ଆସି ଶାପମୁକ୍ତ ହୋଇଥିଲେ । ଆଜି ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ସେହିପରି ରାଜ୍ୟର ଅନ୍ୟ ଶୈବପୀଠ ଗୁଡିକରେ ମଧ୍ୟ ବଡଓଷା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।

ସମ୍ବନ୍ଧିତ ଖବର