ସମ୍ବଲପୁର: ଆଜି ମହାଳୟା ଅବସରରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ପୀଠରେ କମଳଲୋଚନ ପଣ୍ଡାଙ୍କ ରଚିତ ‘ଧବଳମୁଖୀ ସ୍ତୋତ୍ରମ୍’ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ପର୍ବ ପୂର୍ବରୁ ମାଁ ସମଲେଶ୍ବରୀଙ୍କ ଠାରେ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା।
ଲୋକାର୍ପଣ ଅବସରରେ ଶ୍ରୀ ପଣ୍ଡାଙ୍କ ସହିତ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସଂଜୟ ବାବୁ, ସଦାନନ୍ଦ ପଣ୍ଡା, ସୂର୍ଯ୍ୟ ପାଣିଗ୍ରାହୀ, ଜୟକୃଷ୍ଣ ବେହେରା, ବବଲୁ ବାଗ, ଶିବ ପ୍ରସାଦ ମେହେର, ପ୍ରଫୁଲ୍ଲ ହୋତା, ପଙ୍କଜିନୀ ନାୟକଙ୍କ ସହିତ ମନ୍ଦିର ପୂଜକମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/8-20.jpg)