ଅଦାଲତରେ ଧଳସାମନ୍ତ ହାଜର, ଅସ୍ଥାୟୀ ଭାବେ ଦୁଇ ଭାଇଙ୍କୁ ଝାରପଡା ଜେଲରେ ରଖାଗଲା

କଟକ : କଟକ ଜିଲ୍ଲା ଓ ଦୌରା ଜଜ୍ ବାଳକୃଷ୍ଣ ମହାପାତ୍ରଙ୍କ ଇଜିଲାସରେ ଆଜି ଧଳସାମନ୍ତଙ୍କୁ ହାଜର କରାଯାଇଛି। ଟେଣ୍ଡର ଫିକ୍ସିଂ, ଦାଦା ବଟି ଆଦାୟ ଓ ବେଆଇନ ଅସ୍ତ୍ରସସ୍ତ୍ର ମାମଲାର ଶୁଣାଣି ସମୟରେ ବାଲେଶ୍ବର ଜେଲରେ ଥିବା ସୁଶୀଲ ଓ ବଲାଙ୍ଗୀର ଜେଲରେ ଥିବା ସୁଶାନ୍ତ ଧଳସାମନ୍ତଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଏହି ମାମଲାରେ ଆଜି ସାକ୍ଷ୍ୟ ଗ୍ରହଣ ହୋଇଥିଲା। ବାଲିଘାଟ ପରିଚଳାକ ଅଭିରାମ ମହାପାତ୍ର ଓ ପ୍ରଦୀପ ପାତ୍ରଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଉଭୟଙ୍କୁ ଧଳସାମନ୍ତଙ୍କ ପକ୍ଷରୁ ଓକିଲ ଜେରା ମଧ୍ୟ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧ ତାରିଖକୁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ମଙ୍ଗଳବାର ଦିନ ବହୁ ଚର୍ଚ୍ଚିତ ଦୀପୁ ଓରଫ୍‌ ମନୋଜ ମଲ୍ଲିକ ଓ ଓମ୍‌ ଓରଫ ଓମ ପ୍ରକାଶ ସ୍ବାଇଁ ହତ୍ୟାକାଣ୍ତ ମାମଲାର ଶୁଣାଣି ହେବାକୁ ଥିବା ବେଳେ ଅସ୍ଥାୟୀ ଭାବେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଭୁବନେଶ୍ବର ଝାରପଡା ଜେଲରେ ଆଜି ରଖାଯାଇଛି। ଉଭୟଙ୍କୁ ମଙ୍ଗଳବାର ଦିନ ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ହାଜର କରାଯିବ। ଧଳସମାନ୍ତଙ୍କ ପକ୍ଷରୁ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଓ ପ୍ରସନ୍ନ କୁମାର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର