ଜିଲ୍ଲା ଦୌରା ଜଜ୍‌ କୋର୍ଟରେ ଧଳସାମନ୍ତ ହାଜର

କଟକ: ଚାଉଳିଆଗଞ୍ଜ ଥାନା ପକ୍ଷରୁ ରୁଜୁ ଦାଦା ବଟି, ଟେଣ୍ଡର ଫିକ୍ସିଂ ମାମଲା ସହିତ ତାନ୍ତିଆ ଭୋଲଟାସ୍‌ ଦାଦାବଟି ମାମଲାରେ ଆଜି ସୁଶାନ୍ତ ଓ ସୁଶିଲ ଧଳସାମନ୍ତଙ୍କ ସହିତ ସେମାନଙ୍କ ସହଯୋଗୀଙ୍କୁ ଅଦାଲତରେ ହାଜର କରାଯାଇଛି। ଜିଲ୍ଲା ଓ ଦୌରା ଜଜ୍‌ ସତ୍ୟନାରାୟଣ ମିଶ୍ରଙ୍କ ଇଜଲାସରେ ଝାରପଡା ଜେଲରେ ଥିବା ସୁଶାନ୍ତ ଓ ବାଲେଶ୍ୱର ଜେଲରେ ଥିବା ସୁଶିଲ ଧଳସାମନ୍ତଙ୍କ ସହିତ ଚୌଦ୍ୱାର ଜେଲରେ ଥିବା ସେମାନଙ୍କ ସହଯୋଗୀଙ୍କୁ ହାଜର କରାଯାଇଥିଲା। ଏଥି ସହିିତ ଜାମିନରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ କେତେକ ଅଦାଲତରେ ଉପସ୍ଥିତ ଥିବା ବେଳେ ଅନ୍ୟମାନେ ହାଜର ହେବା ପାଇଁ ସମୟ ଲୋଡିଥିଲେ। ଆଜି ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ତୟବ ହତ୍ୟାକାଣ୍ଡ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ କୌଣସି ସାକ୍ଷୀ ଆସି ନଥିଲେ। ଏ ସମସ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୮ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର