ଭଦ୍ରକ : ଓଡିଶାର ପୂର୍ବତନ କଳା ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିବ୍ୟସିଂହ ତ୍ରିପାଠୀଙ୍କ ପତ୍ନୀ ତଥା ଧାମରା ବନ୍ଦର ମୁଖ୍ୟ କାଯ୍ୟର୍ନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀଙ୍କ ମାତା ଯଶୋଧାରା ତ୍ରିପାଠୀଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଶେଷଶଯ୍ୟା ନିକଟରେ ଜ୍ୟେଷ୍ଠପୁତ୍ର ଦେବବ୍ରତ, କନିଷ୍ଠପୁତ୍ର ସୁବ୍ରତ, କନ୍ୟା ରୀତା ଉପସ୍ଥିତ ଥିଲେ। ସେ ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଶାଶୂ ଓ ପଦ୍ମବିଭୂଷଣ ରମାକାନ୍ତ ରଥଙ୍କ ଭଗିନୀ। ସେ ଜଣେ ଧର୍ମ ପରାୟଣା ମହିଳା ଥିଲେ। ଏହି ଖବର ପ୍ରଚାରିତ ହେବା ପରେ ରାଜ୍ୟର ବହୁ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ତାଙ୍କର ଶେଷ ଦର୍ଶନ କରି ଶୋକ ପ୍ରକାଶ କରିଥିଲେ। ଆସନ୍ତା କାଲି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
ଧାମରା ବନ୍ଦର ସିଇଓଙ୍କ ମାତୃ ବିୟୋଗ
/sambad/media/post_attachments/wp-content/uploads/2018/01/josodhara.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)