ଭୁବନେଶ୍ୱର : କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନି ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଷଷ୍ଠ ବାର୍ଷିକ ଏଲ୍ଏନ୍ଜି ଉତ୍ପାଦକ ଗ୍ରାହକ ସମ୍ମିଳନୀରେ ଯୋଗ ଦେବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ନେଇ ଆଲୋଚନା କରିବେ। ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଗତ ସେପ୍ଟମ୍ବରରେ ଭାରତ ଗସ୍ତ ପରେ ଶ୍ରୀ ପ୍ରଧାନ ଜାପାନ ଯାଉଛନ୍ତି। ଏହି ଗସ୍ତ ତୈଳ ଓ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା କ୍ଷେତ୍ରରେ ସହାୟକ ହେବ। ବିଭିନ୍ନ ଦେଶର ମନ୍ତ୍ରୀ ଓ ଗ୍ୟାସ୍ ଶିଳ୍ପ ସହ ସଂପୃକ୍ତ ନେତାମାନଙ୍କ ସମ୍ମୁଖରେ ଭାରତୀୟ ଗ୍ୟାସ୍ କ୍ଷେତ୍ର ଓ ପୁଞ୍ଜିନିବେଶ ସମ୍ପର୍କରେ ନୂଆ ନୀତିଗତ ସଂସ୍କାର ସମ୍ପର୍କରେ ଅବଗତ କରାଇବାକୁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ।
ଧର୍ମେନ୍ଦ୍ର ପ୍ରଧାନଙ୍କ ତିନିଦିନିଆ ଜାପାନ ଗସ୍ତ
/sambad/media/post_attachments/wp-content/uploads/2017/10/dhamendra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)