୧୬ ବର୍ଷ ପରେ ଧାମନଗର ପାଇଲା ମନ୍ତ୍ରୀ ପଦ, ସୂର୍ଯ୍ୟବଂଶୀ ରଖିଲେ ଭଦ୍ରକର ଟେକ 

ଭଦ୍ରକ: ଭଦ୍ରକ ରାଜନୀତି ଦୃଷ୍ଟି କୋଣରୁ ବେଶ୍ ଚର୍ଚ୍ଚିତ ଜିଲ୍ଲା। ଏଇ ଜିଲ୍ଲା ସବୁ ବେଳେ ରାଜନୀତି ଦୃଷ୍ଟିକୋଣରୁ ରାଜ୍ୟ ରାଜନୀତିରେ ଗୁରୁତ୍ବ ବହନ କରିଆସିଛି। ଭଦ୍ରକ ଜିଲ୍ଲାର ବିଭିନ୍ନ ଦଳର ନେତାଙ୍କୁ ସବୁବେକେ ଗୁରୁତ୍ବ ବି ଦିଆଯାଇଛି। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ମାଟି ହେଉଛି ଭଦ୍ରକ। ସଦ୍ୟ ରାଜ୍ୟ ରାଜନୀତିରେ ସରକାର ଗଢିଥିବା ବିଜେପି ପାଟିର ରାଜ୍ୟ ସଭାପତିଙ୍କ ଘର ହେଉଛି ଭଦ୍ରକ। ଓଡ଼ିଶାରେ ଏକକ ସଂଖ୍ୟାଗରିଷ୍ଠତା ଲାଭ କରି ଆଜି ସରକାର ଗଢିଛି ବିଜେପି। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଭାବର ଶପଥ ନେଇଛନ୍ତି ଭଦ୍ରକ ଜିଲ୍ଲାର  ଧାମନଗର ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ସୂରଜ ସୂର୍ଯ୍ୟବଂଶୀ।
ସୁରଜଙ୍କୁ ମନ୍ତ୍ରୀପଦ ମିଳିବା ପରେ କେବଳ ଧାମନଗର ନିର୍ବାଚନ ମଣ୍ଡଳୀ ନୁହେଁ। ବରଂ ସାରା ଭଦ୍ରକ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି। ବିଶେଷ କରି ଯୁବ ବର୍ଗଙ୍କ ଭିତରେ ଉନ୍ମାଦନା ଖେଳି ଯାଇଛି। ଭଦ୍ରକ ଜିଲ୍ଲା ବିଜେପି ଦଳର ଯୁବ ମାନସର ପ୍ରତୀକ ହେଉଛନ୍ତି ସୂର୍ଯ୍ୟବଂଶୀ ସୁରଜ। ସେ ମନ୍ତ୍ରୀ ପଦ ପାଇବା ପରେ ସବୁଠୁ ଫୁଟିଛି ବାଣ, ଚାଲିଛି ନାଚ ଗୀତ। ଖୁସିରେ ବିଜେପି କର୍ମୀ ଆଉ ନେତା  ବନ୍ତୁଡକଛନ୍ତି ମିଠା। ଆମ ଗାଁ ର  ପୁଅ ସୁରଜ ମନ୍ତ୍ରୀ ହୋଇଛି। ଏମିତି କହି ନଚୁଛନ୍ତି ସୁରଜଙ୍କ  ଜନ୍ମମାଟି ତିହିଡି ବ୍ଲକର ମୁକୁନ୍ଦ ପୁର ଗ୍ରାମ ବାସୀ। ବାପା ବିଜେପିର ବରିଷ୍ଠ ନେତା ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ଠାରୁ ପୁଅ ସୁରଜ ଆଗକୁ ଗଲା ମନ୍ତ୍ରୀ ହେଲା ଏହା ଆମ ଗାଁ ମାଟି ପାଇଁ ଗର୍ବ ବୋଲି ଖୁସିରେ ନାଚି ନାଚି କହନ୍ତି ଗାଁ ଲୋକେ। ସୁରଜ ଆମ ମାଟି ପାଇଁ ଗର୍ବ ଆଉ ଗୌରବ ର ପ୍ରତୀକ।
ସୁରଜ ହେଉଛନ୍ତି ଧାମନଗର ନିର୍ବାଚନ ମଣ୍ଡଲୀର ପୂର୍ବତନ ବିଧାୟକ, ବରିଷ୍ଠ ବିଜେପି ନେତା, ଭଦ୍ରକ  ଶ୍ରୀ ରାମ ନବମୀ ମହାଯଜ୍ଞ କମିଟିର ଅନ୍ୟ କର୍ମକର୍ତ୍ତା, କବି ତଥା ସାହିତ୍ୟିକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର। ବାପା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ସେ ୨୦୨୨ ମସିହା ଉପନିର୍ବାଚନରେ ବିଜେପି ଦଳରୁ ପ୍ରାର୍ଥୀ ହୋଇ ପ୍ରଥମେ ବିଧାୟକ ହେବାର ସୁଯୋଗ ପାଇଥିଲେ। ପରେ ଚଳିତ ସାଧାରଣ ନିର୍ବାଚନରେ ସେ ଦ୍ୱିତୀୟ ବାର ପାଇଁ ବିଜେପି ଦଳରେ ଧାମନଗର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ି ବିଧାୟକ ଭାବରେ ବିଜୟୀ ହୋଇଥିଲେ। ସୁରଜ ତାଙ୍କର ନିକଟ ତମ ପ୍ରତିଦ୍ବନ୍ଦୀ ବିଜେଡ଼ିର ଡ୍ ସଞ୍ଜୟ ଦାସଙ୍କୁ ୭ ହଜାରରୁ ଊର୍ଦ୍ଧ୍ବରେ ପଛରେ ପକାଇ ବିଜୟୀ ହୋଇଥିଲେ। ଧାମନଗର ରେ କେବଳ ସୁରଜ  ବିଜୟୀ ହୋଇଛନ୍ତି ତା ନୁହେଁ  ରାଜ୍ୟ ରାଜନୀତିରେ ବିଜେପିର ଯୁବ ନେତୃତ୍ଵ ଙ୍କ ଭିତରେ ସେ ଏକ ଯୋଷ ଭାରିଛନ୍ତି। କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ନେତ୍ରୁ  ଶୁରଜଙ୍କ ଠାରେ ଏକ ନୂଆ ଉଦାମତା ଲକ୍ଷ କରିଛନ୍ତି।  ଯାହାର ପ୍ରତି ଫଳନ ସ୍ଵରୁପ ଆଜି  ସୁରଜଙ୍କୁ  ଓଡ଼ିଶାରେ  ବିଜେପିର ପ୍ରଥମ  ସରକାର ଗଠନରେ  ମନ୍ତ୍ରୀ ଭାବରେ ଦାୟିତ୍ଵ ଦିଆଯାଇଛି। ସୁରଜ ଙ୍କ ର ରି ମନ୍ତ୍ରୀ  ପଦ ମିଳିବା ପରେ ଭଦ୍ରକର ରାଜନୀତି ବେଶ୍ ଚର୍ଚ୍ଚାକୁ ଆସିଛି।  ଦୀର୍ଘ ୧୬ ବର୍ଷ ପରେ ପୁଣି ଧାମନଗର ନିର୍ବାଚନ ମଣ୍ଡଳୀକୁ ମନ୍ତ୍ରୀ ପଦ ମିଳିଛି।
୧୯୯୫ -୧୯୯୯ ମସିହା  ପର୍ଯନ୍ତ କଂଗ୍ରେସ ନେତା ଜଗନ୍ନାଥ ରାଉତ ଏଠାରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଥିଲେ। ପରେ  ବିଜେପି ବିଜେଡ଼ି ମିଳିତ ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵିତୀୟ ପାଳିତ ସରକାରରେ ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ରାଜସ୍ବ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବରେ ଦାୟିତ୍ଵ ଦେଇଥିଲେ। ଏହା ଭିତରେ ୧୬ ବର୍ଷ ବିତି ଯାଇଛି। ଏହା ପରଠାରୁ ଆଉ ଧାମନଗରରୁ କେହି ମନ୍ତ୍ରୀ ହେବାର ସୁଯୋଗ ପାଉନଥିଲେ। ଆଜି ସୁରଜ ପୁଣି ମନ୍ତ୍ରୀ ପଦ ପାଇବା ପରେ ଧାମନଗର ନିର୍ବାଚନ ମଣ୍ଡଳୀ ରେ ଖୁସିର ମହୋଲ ଖେଳିଯାଇଛି।
ସମ୍ବନ୍ଧିତ ଖବର