ଡ୍ରିମ୍‌ସରେ ପୂଜ୍ୟପୂଜା ସମାରୋହ

ଧନେଶ୍ବର ରଥଙ୍କ ୨୭ତମ ପୁଣ୍ୟତିଥି

କଟକ : କର୍ମଯୋଗୀ ଧନେଶ୍ବର ରଥଙ୍କ ୨୭ତମ ପୁଣ୍ୟତିଥି ଅବସରରେ ଟାଙ୍ଗୀସ୍ଥିତ ଡ୍ରିମ୍‌ସ ପରିସରରେ ପୂଜ୍ୟପୂଜା ସମାରୋହ–୨୦୨୧ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ଯୋଗ ଦେଇଥିଲେ। ଏହି ଅବସରରେ ଘୋଡ଼ାନାଚ ଶିଳ୍ପୀ ପଦ୍ମଶ୍ରୀ ଉତ୍ସବ ଚରଣ ଦାସ, ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ ଅଧ୍ୟାପକ ବିଶ୍ବରଂଜନ, ସଂଗୀତଜ୍ଞ ମନ୍ମଥ ମିଶ୍ର, ବରିଷ୍ଠ ସାମ୍ବାଦିକ ରାଧାମାଧବ ମିଶ୍ର, ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀଙ୍କୁ ଚଳିତ ବର୍ଷର ‘ଧନେଶ୍ବର ରଥ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା।

ଧନେଶ୍ବର ରଥ ଫାଉଣ୍ଡେସନର ଅଧ୍ୟକ୍ଷ ଇଂ. ଲଳିତ ମୋହନ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକାରୀ ଅଧ୍ୟକ୍ଷ ବଳରାମ କର ସ୍ବାଗତ ଅଭିଭାଷଣ ଓ ଆବାହକ ନିରାକାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଧନ୍ୟବାଦ ଦେଇଥିଲେ ଅଧ୍ୟାପକ ଡ. ଅଜିତ୍ କୁମାର ମହାପାତ୍ର। ନର୍ସିଂ ଛାତ୍ରୀ ଲୋପାମୁଦ୍ରା ନାୟକ ନୃତ୍ୟ ପରିବେଷଣ ଏବଂ ଡ. ଲୀନା ପଟ୍ଟନାୟକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଶାନ୍ତନୁ କୁମାର ଶତପଥୀ, ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, ଇଂ. ଦୁର୍ଗାପ୍ରସାଦ ରଥ, ନବକିଶୋର ମିଶ୍ର, ପ୍ରାଧ୍ୟାପକ ଲୋକନାଥ ବେହେରା, ଇଂ. ସୁଧାଂଶୁ ଭୂଷଣ କର, ପ୍ରଦୀପ୍ତ କୁମାର ମହାନ୍ତି, କୈଳାସ ଚନ୍ଦ୍ର ବରାଳ, ଡ. ରାଜେନ୍ଦ୍ର କୁମାର ଦାସ, ଡ. ସ୍ନିଗ୍ଧମଧୁସୂଦନ ଦାସ, ଆଶିଷ ସ୍ବାଇଁ, ପ୍ରଶାନ୍ତ କୁମାର ନାଏକ, ଆଇନଜୀବୀ ବିଧୁଭୂଷଣ ଶତପଥୀ, ପ୍ରଶାସନିକ ଅଧିକାରୀ ଆଶୁତୋଷ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର