ଝାରସୁଗୁଡ଼ା: ଝାରସୁଗୁଡ଼ା ବଡ଼ମାଲ ଥାନା ଅନ୍ତର୍ଗତ ଖେରୁଆଲ ଗ୍ରାମର ଇନ୍ଦ୍ରାଣୀ ମେହେର ଓ ଜୀବରଧନ ମେହେରଙ୍କ ଦୁଇ ବର୍ଷର ଶିଶୁକନ୍ୟା ଧନଶ୍ରୀ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇ ଉଚ୍ଚ ପ୍ରଂଶସିତ ହୋଇଛି। ୨୦୨୦ ଜାନୁଆରି ୨୩ରେ ଜନ୍ମିତ ଏହି ଶିଶୁକନ୍ୟା ଶରୀରର ୧୪ଟି ଅଙ୍ଗର ନାମ, ୮ଟି ଗୃହପାଳିତ ପଶୁଙ୍କ ନାମ, ୧୨ଟି ବନ୍ୟପ୍ରାଣୀଙ୍କ ନାମ କହି ପାରୁଥିବା ବେଳେ ୧୦ ପଶୁଙ୍କ ସ୍ବରକୁ ନକଲ କରି ପାରୁଛନ୍ତି।

Advertisment

ଏହା ସହିତ ଇଂରାଜୀ ଓ ହିନ୍ଦୀରେ ଗୀତ ମଧ୍ୟ ଗାଉଛନ୍ତି।  ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ଧନଶ୍ରୀଙ୍କୁ ପ୍ରମାଣପତ୍ର ସହିତ ସମ୍ମାନିତ କରିଯାଇଛି।