ମଥୁରାନଗରୀ: ସାମାନ୍ୟ ଦୁଗ୍ଧପୋଷ୍ୟ ଶିଶୁ ହେବ ମୋ ମୃତ୍ୟୁର କାରଣ। ବାରମ୍ବାର ସେଇ ଗୋଟିଏ କଥା ବିବ୍ରତ କରୁଛି ତ୍ରିପୁର ବିଜୟୀ ସମ୍ରାଟ କ˚ସାସୁରଙ୍କୁ । ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଚତୁର୍ଥ ଦିବସର ନାଟ୍ୟାଭିନୟ କ୍ରମେ ମଥୁରା ନରେଶ ମହାରାଜ କ˚ସ କଅଁଳ ଶିଶୁ କୃଷ୍ଣଙ୍କୁ ମାରିବା ପାଇଁ ଗୋପପୁରକୁ ପଠାଇଥିବା ଅଷ୍ଟମଲ୍ଲଙ୍କ ମୃତ୍ୟୁଖବର ପାଇଛନ୍ତି। କୃଷ୍ଣଙ୍କୁ ମାରିବା ସକାଶେ ପୁତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢାସୁର ଆଦିଙ୍କୁ ପ୍ରେରଣ କଲେ ଗୋପପୁରକୁ। କିନ୍ତୁ କୃଷ୍ଣ ଗୋପପୁରରେ ଷଡ଼ମଲ୍ଲଙ୍କୁ ନିପାତ କରିଛନ୍ତି। ସବୁଦିନ ପରି ମହାରାଜ ପାତ୍ରମନ୍ତ୍ରୀଙ୍କୁ ଧରି ନଗର ପରିକ୍ରମାରେ ବାହାରିଥିଲେ। ମନରେ ଲୁଚି ରହିଥିବା ଭୀତିଭ୍ରାନ୍ତିକୁ ଦୂରେଇ ସାହସ ସ˚ଚୟ କରିବା ସକାଶେ ମହାରାଜ ବାବା ମୁକ୍ତେଶ୍ବରଙ୍କଠାରେ ରୁଦ୍ରାଭିଷେକ କରିଥିଲେ।
ଶିବଙ୍କ ବର ପ୍ରାପ୍ତିରେ ସେ ହୋଇ ଉଠିଥିଲେ ଆଶାବାଦୀ। ଏହାପରେ ପହ˚ଚିଥିଲେ ରଙ୍ଗମହଲରେ। ସେଠାରେ ନୃତ୍ୟଗୀତରେ ହଜି ଯାଇଥିଲେ। ତାପରେ ପୁଣି ଆରମ୍ଭ କରିଥିଲେ ତାଙ୍କ ରାଜଦରବାର। ହେଲେ ଗୋପପୁରକୁ ପ୍ରେରିତ ଷଡ଼ମଲ୍ଲ ତଥା ରାକ୍ଷସ ରାକ୍ଷସୀଙ୍କ ମୃତ୍ୟୁ ହୋଇଥିବା ଖବର ପାଇଛନ୍ତି ମହାରାଜ। ନିଜ ବିବ୍ରତ ମନ ସ˚ପର୍କରେ ଯେଭଳି ମଥୁରାନଗରୀ ତିଳେମାତ୍ର ଆଭାସ ପାଇବେ ନାହଁି ସେଥିପାଇଁ ଅଟ୍ଟହାସ୍ୟ ଜାରି ରଖିଛନ୍ତି ମଥୁରାନରେଶ। ଆଜି ରାଜ ଦରବାର ଓ ରଙ୍ଗମହଲରେ ବାରିପଦା କପାଇ ଛଉ ପ୍ରତିଷ୍ଠାନ, ଜଗତିଂହପୁରର ଚଇତି ଘୋଡ଼ା ନାଚ, ବୌଦ୍ଧର ବଉଲି କଳା ପରିଷଦ, ତୋରାର ମା' ସମଲେଶ୍ବରୀ କଳା ପରିଷଦ, ବୁର୍ଲାର ଭାରତୀ କଳା ବିକାଶ କେନ୍ଦ୍ର, ରେଶମର ଚୁମ୍କୁଚୁମା, ବଲାଂଗୀରର ଜୁଡ଼ା ଟୁପ୍ଲି, ବରିକେଲର ସୁରସଂଗମ, ହରିୟାଣା ଓ ପଞ୍ଜାବର ସା˚ସ୍କୃତିକ ଦଳ ନୃତ୍ୟ ପରିବେଷଣ କରିଥିଲେ।