ଡିସେମ୍ବର ୨୩ରୁ ଧନୁଯାତ୍ରା: ରୀତିନୀତି ଅନୁସାରେ ଶୁଭସ୍ତମ୍ଭ ସ୍ଥାପନ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ୬୯ତମ ସଂସ୍କରଣ ପାଇଁ ରବିବାର ଶୁଭସ୍ତମ୍ଭ ସ୍ଥାପିତ ହୋଇଯାଇଛି। ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ ଓ ଏସ୍‌ପି ଯୁଗଲ କିଶୋରଙ୍କ ଉପସ୍ଥିତିରେ ରୀତିନୀତି ଅନୁସାରେ ବରଗଡ଼ସ୍ଥିତ ହାଟପଦା ସଞ୍ଚାଳ ମଣ୍ଡଳୀରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। ଏହି ଅବସରରେ ସହରର ବୁଦ୍ଧିଜୀବୀ, କଳାକାର, ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ଆଗାମୀ ଡିସେମ୍ବର ୨୩ରୁ ଜାନୁଆରି ୨ ପର୍ଯ୍ୟନ୍ତ ଧନୁଯାତ୍ରା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର