ଧନୁଯାତ୍ରା କଂସ ଚୟନ ୨୮ରେ

ବରଗଡ଼: ବରଗଡ଼ ବିଶ୍ୱପ୍ରସିଦ୍ଧ ବିରାଟ ଧନୁଯାତ୍ରା ପାଇଁ ଆସନ୍ତା ୨୮ ତାରିଖ ସକାଳ ୧୧ଟାରେ କଂସ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହେବ। ଜିଲ୍ଲା ସଂସ୍କୃତି ଭବନଠାରେ ଏହି ପ୍ରକ୍ରିୟା ଚାଲିବ। ବିନା ପାଣ୍ଡୁଲିପିରେ ଖୋଲା ରଙ୍ଗମଞ୍ଚର ଅଭିନୟ କରୁଥିବା କଳାକାରମାନେ ଏଥିରେ ଭାଗ ନେଇପାରିବେ। ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଇଚ୍ଛୁକ କଳାକାରମାନେ ଫର୍ମ ସଂଗ୍ରହ କରି ଆବେଦନ କରିପାରିବେ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର କଳାକାର ଉପଦେଷ୍ଟା କମିଟିର ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର