କ˚ସ ନିଧନ, ଧନୁଯାତ୍ରା ଶେଷ

ଉଗ୍ରସେନଙ୍କ ରାଜ୍ୟାଭିଷେକ

ମଥୁରାନଗରୀ : ଦୀର୍ଘ ଏଗାର ଦିନର କ˚ସରାଜରେ ପୂର୍ଣ୍ଣଛେଦ ପଡ଼ିଛି। କ˚ସ ନିଧନ ସହ ବିଶ୍ବ ପ୍ରସିଦ୍ଧ ବରଗଡ଼ ବିରାଟ ଧନୁଯାତ୍ରା ଶେଷ ହୋଇଛି। ଆଉ ଶୁଭିବ ନାହିଁ ସେହି ପ୍ରକମ୍ପିତ ଅଟ୍ଟହାସ୍ୟ। ନୀରବି ଯାଇଛି ରଙ୍ଗମହଲ ଓ ରାଜଦରବାର। ଅପସରି ଯାଇଛି ନାଟ୍ୟାଭିନୟ। ତା’ ସହ ଉଭେଇ ଯାଇଛନ୍ତି କ˚ସରାଜ। ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହୋଇ ମହାରାଜ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଛି। ଧନୁଯାତ୍ରାର ଶେଷ ଦିବସର ନାଟ୍ୟାଭିନୟକ୍ରମରେ କୃଷ୍ଣବଳରାମଙ୍କ ମଥୁରା ଭ୍ରମଣ କରିଛନ୍ତି। ମଥୁରା ଭ୍ରମଣ ପରେ କ˚ସ ଦରବାର ଅଭିମୁଖେ ଯାଇଥିଲେ। ମାତ୍ର କୁବଳୟା ହସ୍ତୀ ବାଟ ଓଗାଳି ଥିଲା। କୁବଳୟା ହସ୍ତୀ ସହିତ ଯୁଦ୍ଧ କରି କୃଷ୍ଣ-ବଳରାମ ତାକୁ ବଧ କରିଥିଲେ। ପରେ ଘମାଘୋଟ ଯୁଦ୍ଧ ପରେ କୃଷ୍ଣ-ବଳରାମଙ୍କୁ ହାତରେ ଅଷ୍ଟମଲ୍ଲ ନିହତ ହୋଇଥିଲେ। ଏହା ଜାଣି ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ ମହାରାଜ କ˚ସ। କୃଷ୍ଣବଳରାମ ମହାରାଜଙ୍କ ସମ୍ମୁଖରେ ଶିବଧନୁ ଭାଙ୍ଗି ପକାଇଥିଲେ। ଏହାପରେ କୃଷ୍ଣ-ବଳରାମ ଉଠି ଆସିଥିଲେ ରାଜଦରବାର ଉପରକୁ। ସେମାନଙ୍କୁ ଦେଖି ମହାରାଜ କ˚ସଙ୍କର ଶକ୍ତି କ୍ରମଶଃ କ୍ଷୟ ହେବାକୁ ଲାଗିଥିଲା। ସେ ନିଜକୁ ଅସହାୟ ମନେ କରିଥିଲେ। କ’ଣ ଦୈବବାଣୀ ସତ ହେବ? ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ହାତରେ କ’ଣ ମୋର ବିନାଶ ଘଟିବ? ଏପରି ବିଚଳିତ ହୋଇଉଠୁଥିଲେ ମହାରାଜ। ରାଜ ଦରବାରର ଏପଟରୁ ସେପଟକୁ ପଦ ଚାଳନା କରିଛନ୍ତି। ତଥାପି ନିଜକୁ ସମ୍ଭାଳି ଯୁଦ୍ଧ ଘୋଷଣା କରିଥିଲେ। ମାମୁଁ-ଭଣଜାଙ୍କ ସମରରେ ମାମୁଁ କ˚ସ ହୋଇଥିଲେ ଧରାଶାୟୀ। ଦରବାର ତଳକୁ ଗଡ଼ିପଡ଼ି ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର