ମଥୁରାନଗରୀ : ବୁଧବାର ରାଜଦରବାରରେ ମହାରାଜ କଂସଙ୍କ ନିମନ୍ତ୍ରଣ ପାଇ ରାଜ ଅତିଥି ଭାବେ ଯୋଗ ଦେଇଥିଲେ ପୋଷ୍ଟ ମାଷ୍ଟର ଜେନେରାଲ ଲଲିଟେନ୍ଦୁ ପ୍ରଧାନ। ଶ୍ରୀ ପ୍ରଧାନଙ୍କୁ ମହାରାଜ କଂସ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ପ୍ରଶ୍ନ କରିଥିଲେ। ଏହି ଅବସରରେ ବିରାଟ ଧନୁଯାତ୍ରା ପାଇଁ ଡାକ ବିଭାଗ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ଲଫାଫା ଉନ୍ମୋଚନ ହୋଇଥିଲା। ନିମନ୍ତ୍ରିତ ଅତିଥି ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ, ଏଡିଏମ୍ ଯୁଧିଷ୍ଠିର ନାଏକ, ଡାକ ବିଭାଗ ଅଧୀକ୍ଷକ ସମ୍ବଲପୁର ମଣ୍ଡଳ ବାନାମ୍ବର ସେଠୀ, ବରଗଡ଼ ପୋଷ୍ଟ ମାଷ୍ଟର ମୁଖ୍ୟ ଲମ୍ବୋଦର ମିଶ୍ର, ଆନ୍ଧ୍ର ବ୍ୟାଙ୍କ ଡିଜିଏମ୍ ଅଶୋକ ମହାନ୍ତି ପ୍ରମୁଖ ଲଫାଫା ଉନ୍ମୋଚନ କରିଥିଲେ।
ବିରାଟ ଧନୁଯାତ୍ରାର ସ୍ୱତନ୍ତ୍ର ଲଫାଫା ଉନ୍ମୋଚନ
/sambad/media/post_attachments/wp-content/uploads/2017/12/DAKA-LAFAFA-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)