ଧରାକୋଟ ଥାନା -ଆମ ଓଡ଼ିଶା ଶିବିରରୁ ୧୨୧ ୟୁନିଟ୍ ରକ୍ତ ସଂଗ୍ରହ

ଧରାକୋଟ: ଧରାକୋଟ ଥାନା ଆମ ପୁଲିସ ସମିତି ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ସହଯୋଗରେ ଆଜି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଥାନା ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିର ଥାନାଧିକାରୀ ଉମାକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିଲା।

ଶିବିରରୁ ମୋଟ ୧୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ରକ୍ତଦାନ ପାଇଁ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ଆସିକା ଥାନା ଭାରପ୍ରାପ୍ତ ଅଧିକାରୀ ତଥା ପ୍ରୋବେସନାରି ଆଇପିଏସ୍ ଅଧିକାରୀ ନଚିକେତା ସେଲ୍‌କେ, ଆସିକା ଏସଡିପିଓ ଉମାଶଙ୍କର ସିଂ, ଧରାକୋଟ ବିଡିଓ ଡେନିସ ବେହେରା, ତହସିଲଦାର କବିରାଜ ପ୍ରଧାନ, ଅନନ୍ତନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଅକ୍ଷୟ କୁମାର ପଟ୍ଟନାୟକ, ସୋରଡ଼ା ଥାନାଧିକାରୀ ରମେଶ କୁମାର ପ୍ରଧାନ,ଏବିଇଓ ପ୍ରଦୀପ କୁମାର ହୋତା, ବିପିସି ନୀଳାଞ୍ଚଳ ସାହୁ, ଡ.ସଚ୍ଚିଦାନନ୍ଦ ବିଷୋୟୀ ଓ ଶିକ୍ଷାବିତ୍ ବିମଳ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର