କେନାଲକୁ ଗାଧୋଇବାକୁ ଯାଇ ୧୫ ବର୍ଷିୟ ନାବାଳକ ନିଖୋଜ

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅନ୍ତର୍ଗତ ଜଗମୋହନ ଗ୍ରାମର ଡେ଼ରାସାହିର ୧୫ ବର୍ଷିୟ ନାବାଳକ କେନାଲକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣାଯାଇଛି। ନାବାଳକଜଣକ ହେଲେ ଡେରାସାହିର ପି ପ୍ରଭାକରଙ୍କ ପୁଅ କାହ୍ନା ମହାରଣା। ଖବର ପାଇ ଧରାକୋଟ ଦମକଳ ବାହିନୀ କେନାଲରେ ପହଞ୍ଚି ନାବାଳକକୁ ଉଦ୍ଧାର ପାଇଁ ଖୋଜାଖୋଜି କରୁଥିବା ବେଳେ ଏ ପର୍ଯ୍ୟନ୍ତ କାହ୍ନାକୁ ଉଦ୍ଧାର କରାଯାଇପାରିନାହିଁ|

ସୂଚନା ଅନୁଯାୟୀ, ଆଜି ସକାଳେ କାହ୍ନା ସହ ଜଣେ ସହଯୋଗୀ ବଳରାମ ଡାକୁଆ ଦୁହେଁ ମିଶି କେନାଲକୁ ଗାଧେଇବାକୁ ଯାଇଥିଲେ। କାହ୍ନା ପାଣିରେ ବୁଡ଼ିଯାଇଥିବା ସହଯୋଗୀ ଜଣଙ୍କ ଗ୍ରାମବାସୀଙ୍କୁ ଜଣାଇବା ପରେ ଖୋଜିବା କାର୍ଯ୍ୟ ଚାଲିଛି। କାହ୍ନା ଦଶମ ଶ୍ରେଣୀର ଛାତ୍ର ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର