ଧର୍ମଶାଳା : ଗୁଜରାଟର ସୁରତ ସହରରେ ପାଣିପାଇପ୍ ମିସ୍ତ୍ରି ଭାବେ କାମ କରୁଥିବା ଧର୍ମଶାଳା ଅଞ୍ଚଳର ଜଣେ ଯୁବକଙ୍କର ଗତକାଲି ସେଠାରେ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ କୋତପୁର ପଞ୍ଚାୟତ ଭଗବାନପୁର ଗ୍ରାମର ଶ୍ୟାମସୁନ୍ଦର ସାହୁଙ୍କ ପୁଅ ସାଗର ସାହୁ(୨୩)। ଅତ୍ୟଧିକ ଗରମ ହେଉଥିବାରୁ ସାଗର ୩ ଦିନ ତଳେ ରାତିରେ ଏକ ଚାରି ତାଲା କୋଠାଘର ଛାତ ଉପରେ ଶୋଇଥିଲେ। ଅସାବଧାନତାବଶତଃ ସେ ଚାରି ତାଲା ଉପରୁ ତଳକୁ ଖସି ପଡ଼ିଥିଲେ। ରାତି ହୋଇଥିବାରୁ ଏ ସଂପର୍କରେ ବିଳମ୍ବରେ ଜଣା ପଡ଼ିଥିଲା। ଗୁରୁତର ଅବସ୍ଥାରେ ସାଗରଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଏହି ଖବର ଜଣାପଡ଼ିବା ପରେ ତାଙ୍କ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ ସାଗରଙ୍କ ବଡ଼ଭାଇ ଶ୍ରୀକାନ୍ତ ସାହୁ ତୁରନ୍ତ ଯାଇ ସୁରତରେ ପହଞ୍ଚିଛନ୍ତି। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ମୃତଦେହ ଗାଁକୁ ଆଣିବା ବଦଳରେ ରବିବାର ସନ୍ଧ୍ୟାରେ ଶେଷକୃତ୍ୟ କରାଯାଇଥିବା ଜଣାପଡ଼ିଛି। ବିୟୋଗ ଖବରପାଇ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଅମିୟ କୁମାର ପରିଡ଼ା, ବସନ୍ତ ସାମଲ, ମଳୟ ସାମଲ, କୈଳାସ ଲେଙ୍କା, ଅବନିନ୍ଦ୍ର ଜେନା, ସମୀର ପରିଡ଼ା, ଶୁଭ୍ରଜିତ୍ ସାମଲ, ଅମର ସାମଲ, ଦେବେନ୍ଦ୍ର ସାମଲ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ବନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/surat-ତ.jpg)