ଯାଜପୁର/ଧର୍ମଶାଳା/ଚଢ଼େଇଧରା: ରୋଚକ ମୋଡ଼ ନେଇଛି ଯାଜପୁର ଜିଲ୍ଲା ଧର୍ମଶାଳା ପଞ୍ଚାୟତ ସମିତି ଅନାସ୍ଥା ରାଜନୀତି। ବ୍ଲକ୍ ଅଧ୍ୟକ୍ଷ ଥିବା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସାନଭାଇ ପ୍ରଭାତ ବଳବନ୍ତରାୟ ଅନାସ୍ଥା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ତାଙ୍କ ଇସ୍ତଫାପତ୍ର ଆଜି ଧର୍ମଶାଳା ବିଡିଓଙ୍କୁ ପ୍ରଦାନ କରିଛନ୍ତି। ଆସନ୍ତା ୨୨ ତାରିଖରେ ହେବାକୁ ଥିବା ଅନାସ୍ଥା ଭୋଟରେ ପରାଜୟ ଆଶଙ୍କା କରି ବ୍ଲକ୍ ଅଧ୍ୟକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ୩ ଦଶନ୍ଧି ଧରି ଧର୍ମଶାଳା ରାଜନୀତିରେ ଆଧିପତ୍ୟ ବିସ୍ତାର କରିଥିବା ସ୍ବର୍ଗତ କଳ୍ପତରୁ ଦାସଙ୍କ ପରିବାରକୁ ଏହି ଇସ୍ତଫା ଏକ ଶକ୍ତ ଝଟକା ବୋଲି କୁହାଯାଉଛି।
୪୫ଟି ପଞ୍ଚାୟତ ବିଶିଷ୍ଟ ଧର୍ମଶାଳା ବ୍ଲକ୍ ଦୀର୍ଘକାଳ ଧରି ବିଜେଡି ତଥା ପ୍ରଣବ ବଳବନ୍ତରାୟଙ୍କ କବ୍ଜାରେ ରହିଆସିଥିଲା। ୨୦୨୪ ସାଧାରଣ ନିର୍ବାଚନ ସମୟରେ ଦଳର ଅନେକ ସରପଞ୍ଚ ଓ ସମିତିସଭ୍ୟ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ସହ ଭିତିରିଆ ହାତ ମିଳାଇଥିଲେ। ପରେ ପ୍ରଣବଙ୍କ ପରାଜୟ ସହିତ ରାଜ୍ୟରେ ଶାସନ ପରିବର୍ତ୍ତନ ହୋଇଯିବାରୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରେ ଥିବା ପ୍ରଭାତ କୌଣସି ସରକାରୀ କାର୍ଯ୍ୟରେ ସହଯୋଗ କରୁନଥିବା ଅଭିଯୋଗ ହୋଇଥିଲା। ଗତ ୧୧ ତାରିଖରେ ପ୍ରଭାତଙ୍କ ବିରୋଧରେ ୩୮ରୁ ଅଧିକ ସମିତିସଭ୍ୟ ଓ ସରପଞ୍ଚ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବାବେଳେ ଏଥିପାଇଁ ଆସନ୍ତା ୨୨ ତାରିଖରେ ଭୋଟିଂ ପାଇଁ ଯାଜପୁର ଉପଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଥିଲେ। ଏହାପରଠୁ ଅନାସ୍ଥାକୁ ସମର୍ଥନ କରୁଥିବା ଦୁଇ ତୃତୀୟାଂଶରୁ ଅଧିକ (ପାଖାପାଖି ୭୦) ସଭ୍ୟ ଯାଜପୁର ଛାଡ଼ି ଆତ୍ମଗୋପନ କରିଛନ୍ତି। ନିଜ ସପକ୍ଷରେ ମତ ନ ଥିବା ଓ ଅନାସ୍ଥା ପରାଜୟ ନିଶ୍ଚିତ ଜାଣି ଶ୍ରୀ ବଳବନ୍ତରାୟ ଇସ୍ତଫା ଦେଇଛନ୍ତି। ପ୍ରଭାତ ୨୦୧୭ ମସିହାରେ ଭବାନୀପୁର ପଞ୍ଚାୟତରୁ ସମିତିସଭ୍ୟ ଓ ପରେ ୨୦୨୨ରେ କୁମାରୀ ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ଦ୍ବିତୀୟଥର ପାଇଁ ବ୍ଲକ୍ ଅଧ୍ୟକ୍ଷ ପଦ ହାତେଇଥିଲେ। ଏବେ ବ୍ଲକ୍ ଅଧ୍ୟକ୍ଷ ଗାଦିଚ୍ୟୁତ ହେଲେ ଉଭୟ ପ୍ରଣବ ବଳବନ୍ତରାୟ ଓ ପ୍ରଣବପ୍ରକାଶ ଦାସଙ୍କ ପାଇଁ ରାଜନୈତିକ କ୍ଷତି ଘଟିବ। ଇସ୍ତଫାକୁ ନେଇ ପ୍ରଭାତ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି। ଦଳ ତଥା ନିଜ ପଞ୍ଚାୟତ ସମିତିସଭ୍ୟଙ୍କ ସୁରକ୍ଷା ପାଇଁ ସେ ଏଭଳି
ପଦକ୍ଷେପ ନେଇଥିବା କହିଛନ୍ତି।
ଧର୍ମଶାଳା ବ୍ଲକ୍ ରାଜନୀତି: ଅାସ୍ଥା ପୂର୍ବରୁ ଇସ୍ତଫା
ରୋଚକ ମୋଡ଼ ନେଇଛି ଯାଜପୁର ଜିଲ୍ଲା ଧର୍ମଶାଳା ପଞ୍ଚାୟତ ସମିତି ଅନାସ୍ଥା ରାଜନୀତି। ବ୍ଲକ୍ ଅଧ୍ୟକ୍ଷ ଥିବା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସାନଭାଇ ପ୍ରଭାତ ବଳବନ୍ତରାୟ ଅନାସ୍ଥା....
/sambad/media/media_files/2025/08/21/untitled-14-2025-08-21-06-41-00.jpg)