ମହତାବଙ୍କ ମୂର୍ତ୍ତି ସ୍ଥାପନ ଦାବ‌ିରେ ଗଣଧାରଣା

ଭଦ୍ରକ : ଭଦ୍ରକର ଆଗରପଡ଼ାଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କର ଏକ ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତି ସ୍ଥାପନ ଦାବିରେ ଆଜି କଂଗ୍ରେସ ପକ୍ଷରୁ ଏକ ଗଣଧାରଣା ଦିଆଯାଇଛି। ଏଥିରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ସାମିଲ୍‌ ହୋଇଥିଲେ।

ଆଗରପଡ଼ା ହେଉଛି ଡ. ମହତାବଙ୍କ ଜନ୍ମମାଟି। ଜିଲ୍ଲା ମହତାବ ସ୍ମାରକୀ ପରିଷଦ ପକ୍ଷରୁ ତାଙ୍କର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଥିଲେ। ପରେ ଏହାକୁ ବାତିଲ୍‌ କରିଦେଇଥିଲେ। ଏହାକୁ ନେଇ ଭଦ୍ରକ ରାଜନୀତି ସରଗରମ ହୋଇଉଠିଛି।

ଜିଲ୍ଲା ପ୍ରଶାସନ ତୁରନ୍ତ ପ୍ରତିମୂର୍ତ୍ତି ସ୍ଥାପନ ଦାବିରେ କଂଗ୍ରେସ ପକ୍ଷରୁ ଆଜି ଏକ ଗଣଧାରଣା ଓ ପ୍ରତିବାଦ ସଭ‌ା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସର ସଭାପତି ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଯୋଗଦେଇ ନିଜ ଜନ୍ମମାଟିରେ ଡ. ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଅତ୍ୟନ୍ତ ଗୌରବର ବିଷୟ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପିସିସି ସାଧାରଣ ସଂପାଦକ ଆକବର ଅଲ୍ଲୀ, ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ସାଂସଦ ମୁରଲୀ ଜେନା, ପୂର୍ବତନ ବିଧାୟକ ନରେନ ପଲେଇ, ପଞ୍ଚାନନ ମଣ୍ଡଳ, , କୁମାର ଚିରଂଜିବୀ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଅନୁମତି ଦେବା ସକାଶେ ଦାବି କରିଥିଲେ।

ସମ୍ବନ୍ଧିତ ଖବର