ଭୁବନେଶ୍ବର: ଗଜପତିଜିଲ୍ଲା ପାରଳାଖେମୁଣ୍ଡିର ୧୩ ବର୍ଷୀୟ ଝିଅ ଧୃତି ମୋକ୍ଷା ପାଣିଗ୍ରାହୀ ଜାତିସଂଘ ଯୁବଗୋଷ୍ଠୀର ପରମାଣୁ ନିରସ୍ତ୍ରୀକରଣ‌ର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଧୃତି ହେଉଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଝିଅ। ଜଳବାୟୁ ସଂକ୍ରାନ୍ତୀୟ ଲଢ଼େଇ ଓ ଯୁବ ସଶକ୍ତୀକରଣ ପାଇଁ ଧୃତି ବେଶ୍‌ ଜଣାଶୁଣା। ପରିବେଶବିତ୍‌ ଲିସିପ୍ରିୟା କାଙ୍ଗୁଜାମ୍‌ଙ୍କ ଦ୍ବାରା ୨୦୧୮ ମସିହାରେ ଗଜପତି ଜିଲ୍ଲାରେ ଆୟୋଜିତ ବିଶ୍ବର ସର୍ବବୃହତ ଗ୍ରାମୀଣ ପରିବେଶ ହତ୍ୟା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ଧୃତି ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଥିଲେ। ଭୁବନେଶ୍ବର ସାଇ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସ୍କୁଲ୍‌ରେ ଅଧ୍ୟୟନରତ ଧୃତି ବିଭିନ୍ନ ଜାତୀୟ ପ୍ରତିଯୋଗିତା, ସମ୍ମିଳନୀ ଓ ଜଳବାୟୁ ସମ୍ପନ୍ଧୀୟ ମଞ୍ଚରେ ନିଜ ସ୍କୁଲର ପ୍ରତିନିଧିତ୍ବ କରୁଛନ୍ତି। ଏଥିସହ ସେ ଓଡ଼ିଶାରେ ଚାଲିଥିବା ପୁନଶ୍ଚ ପୃଥିବୀ ଅଭିଯାନର ଜଣେ ସକ୍ରିୟ ସଦସ୍ୟା ଅଟନ୍ତି। ପରିବେଶର ନିରନ୍ତର ବିକାଶ ଓ ଶିଶୁ ଅଧିକାର ସମ୍ବନ୍ଧୀୟ କ୍ଷେତ୍ରରେ ଜଳବାୟୁକୁ ନେଇ ସେ ଶିଶୁମାନଙ୍କ ପାଇଁ ଲଢ଼େଇ ଜାରି ରଖିଛନ୍ତି।

Advertisment