ଧର୍ମଗଡ଼: ଗୁପ୍ତ ଧନ ଖୋଳୁଥିବା ବେଳେ ଗ୍ରାମବାସୀଙ୍କ ଦ୍ଵାରା ଦୁଇ ତାନ୍ତ୍ରିକ ଅଟକ 

ଧର୍ମଗଡ଼: ପୁଣି କଳାହାଣ୍ଡି ଜିଲ୍ଲାରେ ଅନ୍ଧବିଶ୍ୱାସଜନିତ ଏକ ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଥାନା ରଙ୍କା ବାହାଲ୍ ଗାଁରେ ତନ୍ତ୍ର ସାଧନା କରି ଗୁପ୍ତ ଧନ ଖୋଳୁଥିବା ବେଳେ ଗ୍ରାମ ବାସୀଙ୍କ ଦ୍ଵାରା ଦୁଇ ତାନ୍ତ୍ରିକ ଅଟକ ହୋଇଥିବା ଜଣାଯାଇଛି। ତେବେ ଆଉ ୭ ଜଣ ତାନ୍ତ୍ରିକ ଫେରାର ହୋଇଯାଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଗାଁ ମୁଣ୍ଡର ଏକ ବିଲରେ କିଛି ତାନ୍ତ୍ରିକ ଗୁପ୍ତ ଧନ ପାଇଁ ତନ୍ତ୍ର ସାଧନା କରୁଥିଲେ l ବିଶେଷ ସୂତ୍ରରୁ ଗାଁର କିଛି ଲୋକ ଖବର ପାଇ ଦୁଇ ଜଣକୁ ଅଟକ ରଖି ଥିବା ବେଳେ ବାକି ସମସ୍ତ ତାନ୍ତ୍ରିକ ଫେରାର ହୋଇ ଯାଇ ଥିଲେ l ଗ୍ରାମବାସୀମାନେ ଘଟଣାସ୍ଥଳରୁ ତନ୍ତ୍ର ସାଧନା ସାମଗ୍ରୀ ବି ଜବତ କରିଛନ୍ତି। ଖବର ପାଇ ଧର୍ମଗଡ଼ ପୁଲିସ ଦୁଇ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି l ଅନ୍ୟ ପଟେ ତାନ୍ତ୍ରିକମାନେ ଜୁନାଗଡ଼ ଓ କଲମପୁର ଅଞ୍ଚଳର ହୋଇଥିବା କୁହାଯାଉଛି l

ସମ୍ବନ୍ଧିତ ଖବର

Comments are closed.