ଧର୍ମଗଡ଼, ୨୫ା୯ (ଇମିସ): ଧର୍ମଗଡ଼ ଜିଲ୍ଲା ଗଠନ ଦାବିରେ ଚାଲିଥିବା ଗଣଧାରଣା ସୋମବାର ୨୯ତମ ଦିନରେ ଜାରି ରହିଛି। ସୋମବାର ଧର୍ମଗଡ଼ ଉପଖଣ୍ଡ ଆଦିବାସୀ ମହାସଂଘ ଜିଲ୍ଲା ଦାବି ପ୍ରତି ନୈତିକ ସମର୍ଥନ ଦେଇ ରାଜରାସ୍ତାକୁ ଓହ୍ଲାଇଥିଲା। ସଙ୍ଘର ଶତାଧିକ କର୍ମକର୍ତ୍ତା ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଆଗରେ ଚାଲିଥିବା ଗଣଧାରଣାରେ ବସିଥିଲେ।
ଉପଖଣ୍ଡ ଆଦିବାସୀ ମହାସଂଘର କର୍ମକର୍ତ୍ତାମାନେ ଧର୍ମଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ପାରମ୍ପରିକ ବାଦ୍ୟ ସହ ଅସ୍ତ୍ରଶସ୍ତ୍ର ଧରି ଏକ ବିରାଟ ଶୋଭାଯାତ୍ରରେ ସହର ପରିକ୍ରମା କରିଥିଲେ। ପରେ ଗଣଧାରଣାସ୍ଥଳକୁ ଆସି ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ଦାବି କରିଥିଲେ। ଧର୍ମଗଡ଼ ଆଦିବାସୀ ସଂଘ ସଭାପତି ଭବେଶ ଗଏଁନ୍ତା, ସଂପାଦକ ଗୋବର୍ଦ୍ଧନ ଶବର, କୋକସରା ଆଦିବାସୀ ସଙ୍ଘ ସଭାପତି ହେମନ୍ତ ମାଝୀ, ସଂପାଦକ ତ୍ରିନାଥ ଶବର, ଜୟପାଟଣା ଆଦିବାସୀ ସଙ୍ଘ ସଭାପତି ମନୋଜ ପାତ୍ର, କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ପାତ୍ର, ଗୋଲାମୁଣ୍ଡା ବ୍ଲକ୍ ଆଦିବାସୀ ସଙ୍ଘ ସଭାପତି ଜନ୍ମେଜୟ ମାଝୀଙ୍କ ନେତୃତ୍ଵରେ ଶ୍ୟାମ ସୁନ୍ଦର ମାଝୀ, ଦୟାନିଧି ମାଝୀ, ଟଙ୍କ ଅନଟି, ହରେକୃଷ୍ଣ ନାଏକ, ବନମାଳୀ ଭୋଇ, ବୀରେନ ମାଝୀ, ରୋହିତ ମାଝୀ, ଜୀବନ୍ତ ମାଝୀଙ୍କ ସହ ଶତାଧିକ ଆଦିବାସୀ ସଦସ୍ୟ ଓ ସଦସ୍ୟା ଗଣଧାରଣାରେ ଯୋଗଦେଇ ସବୁ ପ୍ରକାର ଭିତ୍ତଭୂମି ଓ ମାପଦଣ୍ଡକୁ ପୂରଣ କରୁଥିବାରୁ ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ଦାବି ଯଥାର୍ଥ ଓ ଆସନ୍ତା ବିଧାସଭା ଅଧିବେଶନରେ ସରକାର ଧର୍ମଗଡ଼କୁ ସ୍ଵତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବାକୁ ଦାବି କରିଥିଲେ। ଅନ୍ୟଥା ଆଦିବାସୀ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ। ଧର୍ମଗଡ଼ ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ଆବାହକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଷୀ ସଭା ପରିଚାଳନା କରିଥିଲେ। କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଦିଗାମ୍ବର ଦୁରିଆ, ସନ୍ତୋଷ ପାଢ଼ୀ, ଡାକେଶ୍ୱର ଲହଜଲ ପ୍ରମୁଖ ଉପସ୍ଥିତଥିଲେ।