ଧର୍ମଗଡ଼: କଳାହାଣ୍ଡିଜିଲ୍ଲା ଧର୍ମଗଡ଼ ଦେଶୀ ମଦଭାଟିରୁ ଡକାୟତି ଘଟଣାର ମାଷ୍ଟର୍ମାଇଣ୍ଡ ସହିତ ମୋଟ ୮ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ଆଉ ଜଣେ ଫେରାର ଥିବା ଦକ୍ଷିଣ- ପଶ୍ଚିମାଞ୍ଚଳ ଆଇଜି ନୀତି ଶେଖର ରବିବାର ଧର୍ମଗଡ଼ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ, ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ଜିଲ୍ଲାର ତାହିର ଅନସାରୀ, ହୁସେନ୍ ଖାନ୍, ଜସିମ ଖାନ୍, ସାମିମ୍ ଅନସାରୀ, ବାସୁଦେବ ଗୋପେ, ପିଣ୍ଟୁ ଓରଫ ଆଲିମ୍, ଅନୁଜ କୁମାର ଏବଂ ସମିମ ଅନସାରୀ। ଅଭିଯୁକ୍ତମାନଙ୍କ ନିକଟରୁ ୩ କୋଟି ୫୧ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡ଼ି ଓ ମରଣାସ୍ତ୍ର ଆଦି ଜବତ ହୋଇଛି। ଏହି ମଦଭାଟିରୁ ଦୁଇ ତିନି ମାସ ତଳେ ବହିଷ୍କୃତ ହୋଇଥିବା କର୍ମଚାରୀ ରାଞ୍ଚିର ଅନୁଜ କୁମାର ଲୁଟ୍ ଘଟଣାର ମାଷ୍ଟର୍ମାଇଣ୍ଡ। ସେ କିଛିଦିନ ତଳେ ଧର୍ମଗଡ଼ ଆସି ଡକାୟତି ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବୋଲି ଆଇଜି ପ୍ରକାଶ କରିଛନ୍ତି।
ଦେଶୀ ମଦଭାଟିରେ ଏତେ ଟଙ୍କା କୁଆଡୁ ଆସିଲା?
ତଦନ୍ତ କରିବ ଆୟକର ବିଭାଗ
ଏହାଛଡ଼ା ଦେଶୀ ମଦଭାଟିରେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ତାହାର ତଦନ୍ତ ଆୟକର ଜରିଆରେ ହେବ ବୋଲି ଆଇଜି ନୀତି ଶେଖର କହିଥିଲେ। ଏସ୍ଡିପିଓ ମନୋଜ ବେହେରା ଓ ଧର୍ମଗଡ଼ ଥାନା ଅଧିକାରୀ ଦାମୋଦର ବିହାରୀଙ୍କ ନେତୃତ୍ୱରେ ଏସ୍ଆଇ ସନ୍ତୋଷ ସେଠୀ, ଏଏସ୍ଆଇ ଶ୍ରୀକାନ୍ତ କୋଲକା, ପ୍ରବୀଣ ରଥ, ରାଜ ଶେଖର ପାଡାଲ ଓ ବୀରେନ୍ଦ୍ର ପଣ୍ଡା ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସ୍ପି ଅଭିଳାଷ ଜି, ସଦର ଏସ୍ଡିପିଓ ଆଦିନ୍ତ୍ୟ ମାନେ ବାବୁ ରାଓ, ଧର୍ମଗଡ଼ ଏସ୍ଡିପିଓ ଶ୍ରୀ ବେହେରା, ଧର୍ମଗଡ଼ ଥାନା ଅଧିକାରୀ ଶ୍ରୀ ବିହାରୀ, ଜୁନାଗଡ଼ ଆଇଆଇସି ଉଲ୍ଲାସ ରାଉତ, ଜୟପାଟଣା ଆଇଆଇସି ଶେଷଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/03/uhpjsz5qv00JYAFG7ITQ.jpg)