ଧର୍ମପଦ ପୁରସ୍କାର ପାଇଁ ପ୍ରସ୍ତାବ ଆହ୍ବାନ

ଭୁବନେଶ୍ବର : ଓଡ଼ିଶା ଲଳିତ କଳା ଏକାଡେମିର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ପାଇଁ ପ୍ରସ୍ତାବ ଆହ୍ବାନ କରାଯାଇଛି। ବୟୋଜ୍ୟେଷ୍ଠ ଶିଳ୍ପୀଙ୍କୁ ସେମାନଙ୍କ ସୃଜନୀ କଳାର ସ୍ବୀକୃତିପୂର୍ବକ ଏହି ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟର ବିଭିନ୍ନ ସାଂସ୍କୃତିକ, ଚିତ୍ରକଳା ଅନୁଷ୍ଠାନ ସହ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ରାଜ୍ୟର ଶିଳ୍ପୀମାନଙ୍କଠାରୁ ପ୍ରସ୍ତାବ ଆହ୍ବାନ କରାଯାଇଛି। ୬୦ ବର୍ଷରୁ ଊର୍ଧ୍ବ ବୟସର ଶିଳ୍ପୀମାନେ ଆବେଦନ କରିପାରିବେ। ପ୍ରସ୍ତାବରେ ଶିଳ୍ପୀଙ୍କ ସବିଶେଷ ଦେବାକୁ ପଡ଼ିବ। ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଏହାକୁ ଓଡ଼ିଶା ଲାଳିତ କଳା ଏକାଡେମିର ଇ-ମେଲ୍‌ ଜରିଆରେ ପଠାଇବାକୁ ଅନୁରୋଧ କରାଯାଇଛି। ଏଥିସହ ପ୍ରମାଣପତ୍ରର ନକଲ ଏକାଡେମିର ଠିକଣାରେ ପଠାଇପାରିବେ ବୋଲି ଓଡ଼ିଶା ଲଳିତ କଳା ଏକାଡେମି ସଚିବ ଗଜେନ୍ଦ୍ର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର