ଯାଜପୁର/ଧର୍ମଶାଳା : କଳାପଥର କେଳେଙ୍କାରୀଙ୍କୁ ନେଇ ଚର୍ଚ୍ଚାରେ ରହିଥିବା ଧର୍ମଶାଳା ତହସିଲରେ ଆଜି ଲୋକାୟୁକ୍ତଙ୍କ ତଦନ୍ତକାରୀ ଦଳ ପହଞ୍ଚି ତନାଘନା କରିଛନ୍ତି।
ସୂଚନା ଅନୁସାରେ, ଆରୁହା ପାହାଡ଼ ଓ ତହସିଲ କାର୍ଯ୍ୟାଳୟକୁ ଯାଇ ତଦନ୍ତକାରୀ ଅଧିକାରୀମାନେ ତଦନ୍ତ କରିବା ସହିତ ଆବଶ୍ୟକ କାଗଜପତ୍ର ମଧ୍ୟ ଯାଞ୍ଚ କରିଥିଲେ। ଆରୁହା ଗ୍ରାମବାସୀ ଅଧିକାରୀମାନଙ୍କୁ ସାକ୍ଷାତ କରି ପାହାଡ଼ରୁ କୋଟି କୋଟି ଟଙ୍କାର କଳାପଥର ଚୋରାଚାଲାଣ ହୋଇଥିବା ଅଭିଯୋଗ କରିଥିଲେ। ସଠିକ୍ ଭାବେ ତଦନ୍ତ କରିବା ସହିତ କେଳେଙ୍କାରୀରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅଧିକାରୀମାନେ ମଧ୍ୟ ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତର ସହିତ ନେଇ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିିଛି।
ଅନ୍ୟପକ୍ଷରେ, ଲୋକାୟୁକ୍ତଙ୍କ ତଦନ୍ତକାରୀ ଦଳ ବାରମ୍ବାର ଗସ୍ତ କରି ଯାଞ୍ଚ କରିବା ଘଟଣା ପଥର ବ୍ୟବସାୟୀ ଓ ଅସାଧୁମେଣ୍ଟରେ ସାମିଲ ଥିବା ବିଭିନ୍ନ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ ଗତ ୨୨ତାରିଖରେ ଲୋକାୟୁକ୍ତଙ୍କର ତଦନ୍ତକାରୀ ଦଳ ପ୍ରଥମେ ଅନୁସନ୍ଧାନ କରି ଫେରିଯାଇଥିଲେ। ଆଜି ଦ୍ବିତୀୟ ଥର ତଦନ୍ତ କରିବାକୁ ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/jajpur-mines-investigation.jpg)