ଧର୍ମେନ୍ଦ୍ର- ଆଦିତ୍ୟନାଥ ସାକ୍ଷାତ

ଭୁବନେଶ୍ବର : ଉତ୍ତରପ୍ରଦେଶ ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଦିନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ଉତ୍ତରପ୍ରଦେଶ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ବହୁ ସମୟ ଧରି ଆଲୋଚନା ହୋଇଥିଲା। ଉତ୍ତରପ୍ରଦେଶରେ ସରକାର ଗଠନ ପୂର୍ବରୁ ଏହି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ବେଶ୍ ଗୁରୁତ୍ବ ବହନ କରୁଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ମଧ୍ୟ ଯୋଗୀ ସାକ୍ଷାତ କରିଥିଲେ।

ଟ୍ବିଟ୍ କରି ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ହେଲା। କେନ୍ଦ୍ର ମନ୍ତ୍ରୀଙ୍କ ସହଯୋଗରେ ଉତ୍ତରପ୍ରଦେଶ ସାମଗ୍ରିକ ବିକାଶ ପଥରେ ଅଗ୍ରସର ହେବ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ୟୁପିରେ ଐତିହାସିକ ଜନାଦେଶ ପାଇଁ ଯୋଗୀଙ୍କୁ ଶୁଭେଚ୍ଛା । ଯୋଗୀଙ୍କ ପ୍ରଭାବଶାଳୀ ନେତୃତ୍ୱରେ ଉତ୍ତରପ୍ରଦେଶ ପ୍ରଗତି ଏବଂ ସୁଶାସନର ନୂଆ ଶିଖରକୁ ଛୁଇଁବ।

ସମ୍ବନ୍ଧିତ ଖବର