ସମ୍ବଲପୁର: ରାଉରକେଲା ଓ ସୁନ୍ଦରଗଡ଼ରେ ‘ଆଜାଦି କା ଅମୃତ ମହୋତ୍ସବ’ର ବିବିଧ କାର୍ଯ୍ୟକ୍ରମରେ ଯୋଗ ଦେଇ ସନ୍ଧ୍ୟାରେ ସମ୍ବଲପୁରରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ଦର୍ଶନ ଲାଭ କରିଥିଲେ। ପରେ ସମଲେଶ୍ୱରୀ ମନ୍ଦିର ନିକଟରେ ଆୟୋଜିତ ସ୍ବାଧୀନତାର ୭୫ ବର୍ଷ ପରିପ୍ରେକ୍ଷୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ତ୍ରିରଙ୍ଗା ପତାକା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବିଶେଷ କାର୍ଯ୍ୟକ୍ରମକୁ ଦଳର ବରିଷ୍ଠ ନେତା ଦାମୋଦର କର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁରର ବିଶିଷ୍ଟ ବ୍ୟକ୍ତି ବିଶେଷ ବିନୋଦ ପଶାୟତ, ଡ.ଶ୍ୟାସୁନ୍ଦର ଧର, ତୁଳାରାମ କଲେତ, ପଦ୍ମିନୀ ଦୋରା ଓ ଯଶବୀର ସିଂ ହୁରା ପ୍ରମୁଖଙ୍କୁ ତ୍ରିରଙ୍ଗା ପତାକା ସହିତ ମହାମହିମ ରାଷ୍ଟ୍ରପତି ଦ୍ରୌପୋଦୀ ମୁର୍ମୁ ଓ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ପୂର୍ବତନ ବିଧାୟକ ରବି ନାୟକ, ରାଜ୍ୟ ବିଜେପି ସଂପାଦକ ସୀମାଞ୍ଚଳ ଖଟେଇ ଓ ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର ଓ ରାମଚନ୍ଦ୍ର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/31-9.jpg)