ଭୁବନେଶ୍ବର : କେନ୍ଦୁଝରରେ ଫସିଯାଇଥିବା ବିହାରର ତୀର୍ଥଯାତ୍ରୀଙ୍କୁ ଅସୁବିଧା ସମୟରେ ସହଯୋଗର ହାତ ବଢ଼ାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଥି ପାଇଁ ବିହାରର ଉପମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ ବିହାର ସମସ୍ତିପୁର ଜିଲାରୁ ତାର୍ଥଯାତ୍ରୀଙ୍କୁ ନେଇ ଓଡ଼ିଶା ଆସିଥିବା ଏକ ଗାଡ଼ି ବାଟରେ ଖରାପ ହୋଇଯିବାରୁ କେନ୍ଦୁଝରର ଏକ ଜଙ୍ଗଲ ନିକଟରେ ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ଆଶଙ୍କା ଭିତରେ ରହିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏ ସମ୍ପର୍କରେ ସୂଚନା ପାଇଲା ପରେ ତୁରନ୍ତ ସହାୟତାର ହାତ ବଢ଼ାଇ ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବନ୍ଦୋବସ୍ତ କରିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରି ବିହାର ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ଟ୍ବିଟ୍‌ କରିଛନ୍ତି ଯେ ଅସୁବିଧା ସମୟରେ ବିହାରବାସୀଙ୍କ ସହାୟତା କରିଥିବାରୁ ହୃଦୟରୁ କୃତଜ୍ଞତା ଜଣାଉଛି। ବିହାରବାସୀ ଏହାକୁ ସବୁଦିନ ପାଇଁ ମନେ ରଖିବେ।