କୁଏତ ଗସ୍ତରେ ଧର୍ମେନ୍ଦ୍ର, ଭାରତ ତରଫରୁ ଶୋକ ସନ୍ଦେଶ ଦେବେ

ଭୁବନେଶ୍ୱର : କୁଏତର ସମ୍ରାଟ ଶେକ୍ ସବାହ୍‌ ଅଲ୍‌-ଅହମ୍ମଦ ଅଲ୍‌-ଜାବେର୍‌-ଅଲ୍‌-ସବାହଙ୍କ ବିୟୋଗରେ ଭାରତର ଶୋକ ସନ୍ଦେଶ ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୁଏତ ଗସ୍ତରେ ଯାଇଛନ୍ତି। ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ସନ୍ଦେଶପତ୍ରକୁ ସେ କୁଏତର ନୂଆ ସମ୍ରାଟ ଶେକ୍ ନୱାଫ୍‌ ଅଲ୍‌-ଅହମ୍ମଦ ଅଲ୍‌- ଜାବେର୍‌ ଅଲ୍‌-ସବାହ୍‌ଙ୍କୁ ପ୍ରଦାନ କରିବେ। ଏହି ଦୁଇ ଦିନିଆ ଗସ୍ତରେ ଶ୍ରୀ ପ୍ରଧାନ କୁଏତରେ ଥିବା ଭାରତୀୟ ସମ୍ପ୍ରଦାୟ ତଥା ଓଡ଼ିଆ ଉଦ୍ୟୋଗପତିଙ୍କ ସହ ଆଲୋଚନା କରିବେ। ୧୨ ତାରିଖରେ ‌କୁଏତର ନୂଆ ସମ୍ରାଟ ଓ ତୈଳ ମନ୍ତ୍ରୀଙ୍କ ସହ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର