କୁଏତର ଦିବଂଗତ ସମ୍ରାଟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : କୁଏତର ସମ୍ରାଟ ଶେକ୍ ସବାହ୍‌ ଅଲ୍‌-ଅହମ୍ମଦ ଅଲ୍‌-ଜାବେର୍‌-ଅଲ୍‌-ସବାହଙ୍କ ବିୟୋଗରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ସନ୍ଦେଶପତ୍ରକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବର୍ତ୍ତମାନର ସମ୍ରାଟ ଶେକ୍ ନୱାଫ୍‌ଙ୍କୁ ପ୍ରଦାନ କରିଛନ୍ତି। ଦିବଂଗତ ସମ୍ରାଟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ କୁଏତର ଦିବଂଗତ ସମ୍ରାଟ ଆରବ କୁଟନୀତିର ଭୀଷ୍ମ ପିତାମହ ଥିଲେ। ସେ ବିଶ୍ବରେ ଶାନ୍ତି, ସଦ୍‌ଭାବ ଓ ସ୍ଥିରତା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥଇଲେ। ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ୍ କରିବା ସହ କୁଏତ୍‌ରେ ବସବାସ କରୁଥିବା ଭାରତୀୟଙ୍କର ମଧ୍ୟ ଉପଯୁକ୍ତ ଯତ୍ନ ନେଉଥିଲେ। ଏହି ଅବସରରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଭାରତବାସୀଙ୍କୁ ବର୍ତ୍ତମାନର ସମ୍ରାଟ ଧନ୍ୟବାଦ ଅର୍ପଣ କରିଥିଲେ।

ଗତକାଲି ଠାରୁ କୁଏତ ଗସ୍ତରେ ଯାଇଥିବା ଶ୍ରୀ ପ୍ରଧାନ ଆଜି କୁଏତର ତୈଳ ମନ୍ତ୍ରୀ ଖାଲେଦ ଅଲ୍ଲୀଙ୍କୁ ସାକ୍ଷାତ କରିଥିଲେ। ଦୁଇ ଦେଶ ମଧ୍ୟରେ ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଶକ୍ତି ସୁରକ୍ଷା ପାଇଁ ଭାରତ ପରି ରାଷ୍ଟ୍ର କୁଏତକୁ ବିଶ୍ବାସୀ ସହଯୋଗୀ ଭାବେ ଗ୍ରହଣ କରିଥିବା ଶ୍ରୀ ପ୍ରଧାନ କହିଥିଲେ।

ସମ୍ବନ୍ଧିତ ଖବର