ଭୁବନେଶ୍ବର : ଲକ୍ଡାଉନ୍ରେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିବା ସହ ତାଙ୍କର ପରାମର୍ଶ ସମଗ୍ର ହିନ୍ଦୁ ସମାଜ ଓ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ଆଶ୍ବସ୍ତ କରିବ ବୋଲି କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଓ ମହାନ ପରମ୍ପରାକୁ ରକ୍ଷା କରିବା ସହ କରୋନା ମହାମାରୀର ଠିକ୍ ମୁକାବିଲା କରିବା ନିମନ୍ତେ ଜଗତଗୁରୁ ପରମପୂଜ୍ୟ ଶଙ୍କରାଚାର୍ଯ୍ୟ ଯେଉଁ ପରାମର୍ଶ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ବସ୍ତ କରିବ ବୋଲି ମୋର ଦୃଢ଼ ବିଶ୍ବାସ। ଗଜପତି ମହାରାଜ ବିସ୍ତୃତ ଭାବେ କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ନୀତି ନିୟମ ମାନିବା ଉପରେ ଗୁରୁତ୍ବାରୋପ କରିବା ଏକ ସମୟୋପଯୋଗୀ ପଦକ୍ଷେପ। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ପରାମର୍ଶ ଆଧାରରେ ମହାପ୍ରଭୁଙ୍କ ନୀତିକାନ୍ତି ପରମ୍ପରା ରକ୍ଷା କରିପାରିବେ। ମହାପ୍ରଭୁଙ୍କ ଆଶୀର୍ବାଦରେ ମାନବଜାତି କରୋନା ଯୁଦ୍ଧରେ ନିର୍ଣ୍ଣାୟକ ବିଜୟ ପ୍ରାପ୍ତି କରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ହିନ୍ଦୁ ସମାଜ ଓ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତ କରିବ: ଧର୍ମେନ୍ଦ୍ର
ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ପରାମର୍ଶ ଆଧାରରେ ମହାପ୍ରଭୁଙ୍କ ନୀତିକାନ୍ତି ରକ୍ଷା ହୋଇପାରିବ
/sambad/media/post_attachments/wp-content/uploads/2019/09/Dharmendra-Pradhan-1200x600.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)