ଭୁବନେଶ୍ବର : ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ଆଜି ନିର୍ବାଚନୀ ସଭାରେ ପ୍ରଶ୍ନ କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏହାର ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ୪ କୋଟି ଓଡ଼ିଆ ପ୍ରେତ୍ୟକ ଜଣେ ଜଣେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଓଡ଼ିଶାରେ ନେତାର ପ୍ରୟୋଜନ ନାହିଁ, ଓଡ଼ିଶାର ନେତା ସ୍ବୟଂ ନାରାୟଣ। ଶ୍ରୀ ପ୍ରଧାନ କଟାକ୍ଷ କରି କହିଛନ୍ତି, କଳିଙ୍ଗ ଯୁଦ୍ଧରେ ଓଡ଼ିଶାର ରାଜା କିଏ ଥିଲା ତାହା ନବୀନ ବାବୁଙ୍କୁ ଜଣା ଅଛି କି ନାହିଁ? କଳିଙ୍ଗର ସୁରକ୍ଷା ଓ ସ୍ବାଭିମାନର ଲଢ଼େଇ ଲଢ଼ୁଥିବା ପ୍ରତ୍ୟେକ ଓଡ଼ିଆ ଥିଲେ ଜଣେ ଜଣେ ଓଡ଼ିଶାର ରାଜା। ତାମିଲ ଇତିହାସ ମାଧ୍ୟମରେ ଓଡ଼ିଶାକୁ ବୁଝୁଥିବା ନବୀନ ବାବୁ କାହିଁକି ଓଡ଼ିଆଙ୍କୁ କଷ୍ଟ ଦେଉଛନ୍ତି। ସେ ଓଡ଼ିଶାର ଆତ୍ମା ଓ ମନକୁ ବୁଝିପାରିବେ ନାହିଁ। ଓଡ଼ିଶାର ଲୋକମାନେ ନରେନ୍ଦ୍ର ମୋଦୀଙ୍କୁ ଭଲ ପାଇଲେଣି। ନବୀନ ବାବୁ ଏଥର ଯିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
ପ୍ରତ୍ୟେକ ଓଡ଼ିଆ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଧର୍ମେନ୍ଦ୍ର
/sambad/media/post_attachments/wp-content/uploads/2019/04/dharmendra-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)