ଭୁବନେଶ୍ବର : ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନିୟମ୍ କାରଖାନା ସମ୍ମୁଖରେ ଶ୍ରମିକମାନଙ୍କ ଉପରେ ସୁରକ୍ଷାକର୍ମୀଙ୍କ ଲାଠି ମାଡ଼ ଘଟଣାରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ପ୍ରତିବାଦ କରିବା ଲୋକଙ୍କ ଅଧିକାର। ସୁରକ୍ଷା ଯୋଗାଇଦେବା ସରକାରଙ୍କ ଦାୟିତ୍ବ। ସାଧାରଣ ଲୋକଙ୍କ ପ୍ରତିବାଦ ସ୍ବରକୁ ଦବାଇଦେବାରେ ବନ୍ଧୁକ ମାଧ୍ୟମ ନୁହେଁ। ଲାଞ୍ଜିଗଡ଼ ଶିଳ୍ପ ପରିସର ଭିତରେ ଶ୍ରମିକମାନେ ସେମାନଙ୍କ ଅଧିକାର ପାଇଁ ପ୍ରତିବାଦ କରୁଥିଲା ବେଳେ ଓ କମ୍ପାନିର ଗୁଣ୍ଡାମାନେ ଆକ୍ରମଣ କରି ହତ୍ୟା କରୁଥିଲା ବେଳେ ପୁଲିସ୍ ପ୍ରଶାସନ କେଉଁଠି ଥିଲା ? ଦିନ ଆରମ୍ଭରୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ସରକାର କ’ଣ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିପାରିଲେ ନାହିଁ। ଆଜିର ଘଟଣା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇଥିବା ପ୍ରମାଣ କରୁଛି। କମ୍ପାନି ଗୁଣ୍ଡାଙ୍କ ଆକ୍ରମଣରେ ସାଧାରଣ ଗରିବ େଲାକ ମୃତ୍ୟୁବରଣ କରୁଥିଲା ବେଳେ ରାଜ୍ୟର ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ କିପରି ଚୁପ୍ ବସୁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରୁଛନ୍ତି।
ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ : ଧର୍ମେନ୍ଦ୍ର
/sambad/media/post_attachments/wp-content/uploads/2019/03/dha-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)