ବରଗଡ଼ : ଗୁରୁବାର ବିଜେପୁର ଏବଂ ବରପାଲି ବ୍ଲକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାର ଯୋଗୁଁ ଅନ୍ୟ ଦଳଗୁଡ଼ିକର ଅଭିଯାନ ଫିକା ଲାଗିଥିଲା। ହାତରେ ପ୍ରଚାର ପାଇଁ ଆଉ ମାତ୍ର ୨ ଦିନ ଥିବାବେଳେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ନେତାମାନେ ବିଜେପୁର ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖୋଲା ଟକ୍କର ଦେଖିବାକୁ ମିଳିବ। ଅବଶ୍ୟ ଦୁହେଁ ଅଲଗା ଅଲଗା ବ୍ଲକରେ ରୋଡ୍-ସୋ କରିବେ। କିନ୍ତୁ ପରସ୍ପର ବିରୋଧରେ ଦୁହେଁ କିଭଳି ଆଭିମୁଖ୍ୟ ରଖିବେ, ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଶୁକ୍ରବାର ସକାଳୁ ମୁଖ୍ୟମନ୍ତ୍ରୀ ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମରୁ ହେଲିକପ୍ଟରରେ ବାହାରି ଗାଇସିଲାଟ୍ ବ୍ଲକ ତାଲପାଲି ପଡ଼ିଆରେ ଓହ୍ଲାଇବେ। ସେଠାରୁ କେନ୍ଦୁଭଟା ଛକ, ଗୌରମୁଣ୍ଡା ଛକ, ଗାଇସିଲାଟ୍, କେନ୍ଦୁମୁଣ୍ଡା, କଠଉମାଲ, ବଡ଼ ସାହାଜବାହାଲ, ଜଗଲପାଟ, ଭଂଗାମୁଣ୍ଡା, ଡାଂଗବାହାଲ, ସରଧାପାଲି, କରଂଜାପାଲି, କିର୍ମେଲି ଛକ, କୁଣ୍ଡାଖାଇ, ଗୁଦେରପାଲି ପର୍ଯ୍ୟନ୍ତ ରୋଡ୍-ସୋ କରିବେ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସକାଳୁ ବିଜେପୁର ଏନ୍ଏସି, ବରପାଲି ବ୍ଲକ୍ର ବନ୍ଧପାଲି ପଞ୍ଚାୟତ, ଗୋପେଇପାଲି ପଞ୍ଚାୟତ ଏବଂ ବରପାଲି ଏନ୍ଏସି ଅଂଚଳରେ ରୋଡ୍ ସୋ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/dhamendra.jpg)