ଧାମନଗର: ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ଲାଗି ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଦିନ ୧୧ଟାରେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀର ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଧାମନଗର ଏନ୍ ଏ ସି ଅଞ୍ଚଳରେ ଶ୍ରୀ ପ୍ରଧାନ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ଲାଗି ରୋଡ ସୋ କରିଛନ୍ତି। ବିଜେପିର ଏଇ ପ୍ରଚାର ଓ ରୋଡ ସୋ ବେଳେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିଲେ। ଶ୍ରୀ ପ୍ରଧାନ ଙ୍କ ସହ ରାଜ୍ୟ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଯୋଗ ଦେଇଥିଲେ।

Advertisment

publive-image

ବିଭିନ୍ନ ଛକରେ ରହି କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ସୂର୍ଯ୍ୟବଂଶୀଙ୍କୁ ଭୋଟ ଦେଇ ଆଶୀର୍ବାଦ ଦେବାକୁ ଶ୍ରୀ ପ୍ରଧାନ ଧାମନଗରବାସୀଙ୍କୁ ଅନୁରୋଧ କରିଥିଲେ। ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କୁ ଆପଣମାନେ ଆଶୀର୍ବାଦ କରିବେ ଏ ବିଶ୍ବାସ ମୋର ଅଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ଆଗାମୀ ଉପନିର୍ବାଚନ ବିଜେପିର ବିଜୟ ଆପଣମାନଙ୍କ ଆଶୀର୍ବାଦ ଉପରେ ନିର୍ଭର କରୁଛି ବୋଲି ସେ କହିଥିଲେ ।