କେନ୍ଦ୍ରାପଡ଼ା: ଭିତରକନିକା ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇକୋରିଟ୍ରିଟରେ ରାତି ବିତାଇବା ପରେ ଆଜି ସକାଳେ ଭିତରକନିକା ବୁଲୁଛନ୍ତି। ଜଳପଥରେ ଏକ ମୋଟର ବୋଟରେ ଦଳୀୟ ନେତାଙ୍କ ସହ ବୁଲି ପ୍ରାକୃତିକ ଶୋଭା ଉପଭୋଗ କରୁଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ।
Good conversations are as stimulating as a good cup of tea. Had the opportunity to enjoy leisurely conversations amidst the untouched beauty of Bhitarkanika. Mesmerised by the sheer magnificence of the natural bounties that surrounds me. #DekhoApnaDesh pic.twitter.com/wBRqtR3pLm
— Dharmendra Pradhan (@dpradhanbjp) January 24, 2021
ଶିଳ୍ପ ପର୍ଯ୍ୟଟନ ସହ ଅଞ୍ଚଳର ବିକାଶରେ ଭିତରକନିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର, ରାଜନଗରର ପୂର୍ବତନ ବିଧାୟକ ଅଲେଖ ଜେନା, ଆଳି ବିଜେପି ନେତା ତଥା ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ଅଛନ୍ତି ।