ସମ୍ବଲପୁରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଛଟ୍ ପୂଜାରେ ଯୋଗ ଦେଲେ

ସମ୍ବଲପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପୂର୍ବରୁ ଆଜି ସମ୍ବଲପୁରରେ ପହଞ୍ଚିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋମବାର ସକାଳୁ ସମ୍ବଲପୁର ଷ୍ଟେସନରୁ ଓହ୍ଲାଇ ନିକଟରେ ହେଉଥିବା ଛଟ୍ ପୂଜାରେ ସେ ଯୋଗ ଦେଇଥିଲେ। ସମ୍ବଲପୁରର ବରେଇପାଲି ଓ ମନ୍ଦଲିଆଠାରେ ଛଟ୍ ପୂଜା ଚାଲିଥିଲା। ବିହାରୀ ସମ୍ପ୍ରଦାୟର ମହିଳାମାନେ ଏକାଠି ହୋଇ ସେଠାରେ ପୂଜାର୍ଚ୍ଚନା କରୁଥିଲେ।

ପୂଜାସ୍ଥଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହେବା ସହିତ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର