ଛେଣ୍ଡିପଦା : ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛେଣ୍ଡିପଦାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ଓଡ଼ିଶାର ବିଜେଡି ସରକାର ଉପରେ ବର୍ଷିଛନ୍ତି। କହିଛନ୍ତି ଯେ ଏଠାକାର ବିଜେଡି ସରକାର ଖଣି ଦୁର୍ନୀତିରେ ସାମିଲ ରହିଛି। କେନ୍ଦ୍ରରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଶିଳ୍ପାଂଚଳରେ ପାରିପାର୍ଶ୍ବିକ ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍ଏଫ୍) ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଶିଳ୍ପାନୁଷ୍ଠାନ ଅଂଚଳର ପାରିପାର୍ଶ୍ବିକ ଉନ୍ନୟନ ପାଇଁ ଜିଲ୍ଲା ଖଣିଜ ପାଣ୍ଠିକୁ ବ୍ୟାପକ ଅର୍ଥ ଯୋଗାଉ ଦେଉଛନ୍ତି। କିନ୍ତୁ ଅପରାଗ ରାଜ୍ୟ ସରକାର ଏହି ଅର୍ଥ ବିନିଯୋଗ ବି କରିପାରୁ ନାହାନ୍ତି।
ଛେଣ୍ଡିପଦା ବିଧାନସଭା ପ୍ରାର୍ଥୀ ଅଗସ୍ତି ବେହେରା ଏହି ଅବସରରେ ତାଙ୍କ ସପକ୍ଷରେ ପ୍ରଚାର କରିବା ସହ ନିର୍ବାଚନରେ ଭୋଟ ଦେଇ ଆଶିର୍ବାଦ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ। ବରିଷ୍ଠ ବିଜେପି ନେତା ଚୌଧୁରୀ ପ୍ରଧାନ, ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହ ଅବସରରେ ୮ ଜଣ ଆଇନଜୀବୀଙ୍କ ସହିତ ବିଜୁ ଯୁବ ବାହିନୀ, ଶିମିଳିପାଳ ପଞ୍ଚାୟତ ଶାଖାର ଅନେକ କର୍ମକର୍ତ୍ତା ବିଜେପିରେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/CHHENDIPADA.jpg)