ପ୍ରତିଶ୍ରୁତି ପୂରଣ କରିବାରେ ମୁଖ୍ୟମନ୍ତ୍ରୀ ବିଫଳ ହୋଇଛନ୍ତି: ଧର୍ମେନ୍ଦ୍ର

Advertisment
ସମ୍ବଲପୁରରେ କାରକେଡ ଯାଞ୍ଚକୁ ବିରୋଧ କଲେ ଧର୍ମେନ୍ଦ୍ର; ରାସ୍ତା ମଝିରେ ପୁଲିସ-କେନ୍ଦ୍ରମନ୍ତ୍ରୀ କଥା କଟାକଟି

ଭୁବନେଶ୍ବର : ପାଞ୍ଚ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁୂତି ପାଳନ କରିଥିବା ସମ୍ପର୍କରେ ଗତକାଲି ମନ୍ତ୍ରୀ ପରିଷଦ ବୈଠକରେ କହିବା ମୁଖ୍ୟମନ୍ତ୍ରୀଙ୍କର କେବଳ ପ୍ରଚାର ସର୍ବସ୍ବ ଘୋଷଣା ବୋଲି କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ କହିଛନ୍ତି। ସମସ୍ତଙ୍କ ପାଇଁ ପକ୍କା ଘର, ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି, ସାର୍ବଜନୀନ ସାମାଜିକ ସୁରକ୍ଷା, ଜଳସେଚନ, କୃଷି ଓ କୃଷକ କଲ୍ୟାଣ ଏବଂ ପାନୀୟ ଜଳ କ୍ଷେତ୍ର‌େର ରାଜ୍ୟ ସରକାର ଗତ ୫ ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

୨୦୧୪ରେ ବିଜେଡି ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପୂରଣ ନ ହେବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି, ସଭିଙ୍କ ପାଇଁ ପକ୍କା ଘର ଦେବା କଥା କହିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ ମିଛ ପ୍ରତିଶ୍ରୁତି। ଗତ ୫ ବର୍ଷରେ ୨୦ ଲକ୍ଷ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିଥିବା ମୁଖ୍ୟମନ୍ତ୍ରୀ କହିଥିବା ବେଳେ ୨୦ ଲକ୍ଷ ଘରରୁ କେତେ ଘର ରାଜ୍ୟ ସରକାରଙ୍କ ନିଜସ୍ବ ‌େଯାଜନାରୁ ହୋଇଛି, ତାହା ଜଣାଇବାକୁ ସରକାର ଅମଙ୍ଗ ହେଉଛନ୍ତି। ୨୦୧୪ ଇସ୍ତାହାରରେ ଯାହାର ଘରଡିହ ନାହିଁ ତା’କୁ ସରକାରୀ ଜମି, ଏପରିକି ସରକାରୀ ଜମି ନ ଥିଲେ ବେସରକାରୀ ଜାଗା କିଣି ଆବାସ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାରଙ୍କ ପ୍ରତିଶ୍ରୁତି ପାଣିରେ ଗାର ହୋଇଛି। ରାଜ୍ୟରେ ୩୦ ଲକ୍ଷ ଲୋକଙ୍କ ପକ୍କା ଘର ନାହିଁ। ସେହିପରି ପୃଥିବୀର ସବୁଠାରୁ ବଡ଼ ଯୋଜନା ଜାଗା ବୋଲି ମୁଖ୍ୟମନ୍ତ୍ରୀ କହିଲେ। କିନ୍ତୁ ଆଜି ଓଡ଼ିଶାରେ ୨୦ ଲକ୍ଷ ଲୋକଙ୍କୁ ସ୍ଥାୟୀ ପଟ୍ଟା ମିଳି ନାହିଁ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଯୁବକଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନା ୨୦୧୪ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଥିଲା। ତାାହ କୁଆଡ଼େ ଗଲା? ରାଜ୍ୟର ଯୁବପିଢ଼ିର ଏକ ତୃତୀୟାଂଶ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ରାଜ୍ୟରେ ଶିଳ୍ପାୟନ ଓ ମେକ୍ ଇନ୍ ଓଡ଼ିଶାର ଡିଣ୍ଡିମ ପିଟାଯାଉଥିଲା ବେଳେ ଶିଳ୍ପାୟନ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ସେହିପରି ରାଜ୍ୟ ସରକାର ସମସ୍ତଙ୍କୁ ସାମାଜିକ ସୁରକ୍ଷା ଅଧିକାର ଦେବା କଥା କହିଲେ। କିନ୍ତୁ ୩୦ ବର୍ଷ ବୟସରୁ ଅଧିକ ଅବିବାହିତା, ସ୍ବାମୀ ପରିତ୍ୟକ୍ତା, ନିରାଶ୍ରୟ ମହିଳାମାନଙ୍କୁ ପେନ୍‌ସନ୍ ଦିଆଯିବାର ବ୍ୟବସ୍ଥା କୁଆଡ଼େ ଗଲା?

କୃଷି ଓ ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ଶ୍ରୀ ପ୍ରଧାନ କହିଲେ, ୨୦୧୪ରେ ୧୦ ଲକ୍ଷ ଅତିରିକ୍ତ ଚାଷ ଜମିକୁ ଜଳସେଚନ ସୁବିଧା ଦେବା ପ୍ରତିଶ୍ରୁତି ପାଳନ ହୋଇ ନାହିଁ। ରାଜ୍ୟ ସରକାର ଅଧିକ ଜମିକୁ ଜଳସେଚନ ହୋଇଛି ବୋଲି କହୁଛନ୍ତି। କିନ୍ତୁ ଯେଉଁ ବ୍ୟକ୍ତିମାନେ ନିଜସ୍ବ ଉଦ୍ୟମରେ ଗଭୀର ନଳକୂଅ ଓ କୂଅ କରିଛନ୍ତି, ଏହାକୁ ଜଳସେଚନ ନାଁରେ ଗଣି ହିସାବ ତିଆରି କରୁଛନ୍ତି। ସବୁ ବ୍ଲକ୍‌ରେ ଶୀତଳ ଭଣ୍ଡାର ପ୍ରତିଶ୍ରୁତି ପୂରଣ ହୋଇଛି। ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରତିଶ୍ରୁତି ସେମିତି ପ୍ରତିଶ୍ରୁତିରେ ରହିଯାଇଛି।

କାଳିଆ ଯୋଜନାକୁ ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀ କହିଲେ, କାଳିଆ ଯୋଜନା ନିର୍ବାଚନରେ ଭ୍ରମ କରିବା ପାଇଁ ଧୂଆଁବାଣ। କାଳିଆ ୱେବ୍‌ସାଇଟ୍‌ରେ କାଳିଆ ଲାଭାର୍ଥୀମାନଙ୍କର ଦରଖାସ୍ତର ସୂଚୀ ଏବଂ ରାଜ୍ୟ ସରକାରଙ୍କ ତଥାକଥିତ ୩୬ ଲକ୍ଷ ହିତାଧିକାରୀଙ୍କ ତାଲିକା କୁଆଡ଼େ ଗଲା ? ପିଏମ୍‌ କିଷାନ ଯୋଜନା ପାଇଁ ରାଜ୍ୟ ସରକାର କାହିଁକି ଚାଷୀଙ୍କ ତାଲିକା ପଠାଉ ନାହାନ୍ତି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe