ଚାଷୀ ରାସ୍ତାରେ ଟମାଟୋ ଢାଳିବା ପ୍ରସଙ୍ଗ: ସରକାରଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ

ଭୁବନେଶ୍ବର : ଟମାଟୋ ବିକ୍ରି କରିନପାରି କେନ୍ଦୁଝର ଜିଲ୍ଲାର ଚାଷୀ ବ୍ଲକ୍ ସମ୍ମୁଖରେ ଟମାଟୋ ଢାଳିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରିଛନ୍ତି। କାଳିଆ ପ୍ରଚାର ହୋର୍ଡ଼ିଂ ସାମ୍ନାରେ ଚାଷୀମାନେ ଟମାଟୋ ଫିଙ୍ଗିବା କୌତୁହଳର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଦୀର୍ଘ ୧୯ ବର୍ଷର ସ୍ଥାୟୀ ଓ ସ୍ଥିର ସରକାର ଏକ ପ୍ରଚାର ସର୍ବସ୍ବ ସରକାର ବୋଲି ଗଣମାଧ୍ୟମରୁ ପ୍ରକାଶିତ ଫଟୋଚିତ୍ର ସ୍ପଷ୍ଟ କରୁଥିବା ଶ୍ରୀ ପ୍ରଧାନ କଟାକ୍ଷ କରିଛନ୍ତି। ଗତବର୍ଷ ମଧ୍ୟ ଏ ଅଞ୍ଚଳର ଚାଷୀ ଟମାଟୋର ଉଚିତ ମୂଲ୍ୟ ନମିଳିବାରୁ ରାସ୍ତାରେ ଫିଙ୍ଗି ପ୍ରତିବାଦ କରିଥିଲେ। ଅଥଚ ଏ ରାଜ୍ୟ ସରକାର ଚାଷୀଙ୍କ ଦୁଃଖ ବୁଝିବା ପରିବର୍ତ୍ତେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର